fbpx

ଖୁବ୍‌ଶୀଘ୍ର ବଜାରକୁ ଆସିବ ଆପଲର ଆଇଫୋନ୍‌-୧୩ ସିରିଜ ଫୋନ୍, ଅକ୍ଟୋବର ପହିଲାରୁ ଭାରତରେ ଉପଲବ୍ଧ ହେବ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଜାରକୁ ଆସିବ ଆପଲର ଆଇଫୋନ୍-୧୩ । ସେପ୍ଟେମ୍ବର ୧୪ ତାରିଖରେ କମ୍ପାନୀ ଏହି ଫୋନ୍‌କୁ ଲଞ୍ଚ କରିବ ବୋଲି ଜଣାପଡିଛି । ଏହି ଆଇଫୋନ୍‌ ୧୩ରେ ଫେସ୍‌ ଆଇଡି ଏବଂ ସେଲଫି କ୍ୟାମେରା ଉପଲବ୍ଧ ହେବ । ଆଇଫୋନ-୧୩ ସିରିଜ ଲଞ୍ଚ ହେବା ପରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ । ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଚୀନ ଏବଂ ୟୁକେରେ ଏହି ଫୋନର ବିକ୍ରି ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

ଭାରତକୁ ସେକେଣ୍ଡ ୱେଭ ମାର୍କେଟ ଭାବରେ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଅକ୍ଟୋବର ୧ ତାରିଖରୁ ବିକ୍ରି ଆରମ୍ଭ ହେବ । ଏହି ଫୋନ୍‌ ଲଞ୍ଚ ହେବା ସହ ଏକା ସାଙ୍ଗରେ ଆଇଫୋନ-୧୩, ଆଇଫୋନ-୧୩ ମିନି, ଆଇଫୋନ- ୧୩ ପ୍ରୋ ଏବଂ ଆଇଫୋନ-୧୩ ପ୍ରୋ ମ୍ୟାକ୍ସ ଲଞ୍ଚ ହେବ । ଏହି ଫୋନ୍‌ର ମୂଲ୍ୟ ଆଇଫୋନ-୧୨ ସିରିଜର ମୂଲ୍ୟ ସହିତ ସମାନ ରହିବ । ଆଇଫୋନ-୧୩ ସିରିଜ ଫୋନର ସର୍ବନିମ୍ନ ମୂଲ୍ୟ ୭୯ ହଜାରରୁ ଆରମ୍ଭ ହେବ । ଏହା ସହିତ ଫୋନର ସର୍ବାଧିକ ମୂଲ୍ୟ ୧ ଲକ୍ଷ ୨୯ ହଜାର ଟଙ୍କା ରହିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.