fbpx

ପୁଣି ଥରେ ଆକାଶରେ ଉଡ଼ିବ ଜେଟ ଏୟାରୱେଜ୍; ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଦେବାଳିଆ ହେବା କାରଣରୁ ବନ୍ଦ ହୋଇଥିବା ନରେଶ ଗୋୟଲଙ୍କ ବିମାନ କମ୍ପାନୀ ଜେଟ ଏୟାରୱେଜ ପୁଣି ଥରେ ଆକାଶରେ ଉଡିବ । କମ୍ପାନୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିବା ବେଳେ ଆସନ୍ତା ବର୍ଷରୁ ଏହି ଯାତ୍ରା ପୁନର୍ବାର ଆରମ୍ଭ ହେବ ବୋଲି ଜଣାପଡିଛି । ୨୦୨୨ ପ୍ରଥମ କ୍ୱାର୍ଟରରେ କମ୍ପାନୀ ଏହାର ଘରୋଇ ବିମାନ ଯାତ୍ରା ଆରମ୍ଭ କରିବ । କମ୍ପାନୀ ପକ୍ଷରୁ ବର୍ତ୍ତମାନ ଏୟାର ଅପରେଟର ସାର୍ଟିଫିକେଟ ପାଇଁ ମଧ୍ୟ ଆବେଦନ କରାଯାଇଥିବା ଜଣାପଡିଛି ।

ବିମାନ ଚଳାଚଳ ପାଇଁ ନିର୍ଦ୍ଧାରିତ ସମୟ ସାରଣୀ ପ୍ରଦାନ କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲକି ଜଣାପଡିଛି । ଏହା ସହିତ ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ପ୍ରଥମ ବିମାନ ଚଳାଚଳ ହେବ ବୋଲି କୁହାଯାଇଛି । ଏହି ବିମାନ କମ୍ପାନୀକୁ ଆକାଶରେ ଉଡାଇବା ଆମର ପ୍ରାଥମିକତା ରହିବ ବୋଲି ଜଲାନ କାଲରକ୍ କନସର୍ଟିଅମ ସଦସ୍ୟ ମୁରାରୀ ଲାଲ ଜୈନ ମତ ଦେଇଛନ୍ତି । ସେହିପରି ୨୦୨୨ର ଅନ୍ତିମ ଦୁଇ କ୍ୱାର୍ଟରରେ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ କରାଯିବ ବୋଲି ଜୈନ କହିଛନ୍ତି । କମ୍ପାନୀ ପକ୍ଷରୁ ୧୫୦ ଜଣ ନିୟମିତ କର୍ମଚାରୀଙ୍କୁ ରଖାଯାଇଥିବା ବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ୧୦୦୦ ନୂତନ ନିଯୁକ୍ତି ପ୍ରଦାନ କରାଯିବ ।

Get real time updates directly on you device, subscribe now.