fbpx

ସ୍ୱପ୍ନରେ ଯଦି କୌଣସି ମୃତ ବ୍ୟକ୍ତିଙ୍କୁ ଦେଖୁଛନ୍ତି, ତେବେ ଆପଣଙ୍କ ଜୀବନରେ ଘଟିପାରେ ଏପରି କିଛି

କଥାରେ ଅଛି ସ୍ୱପ୍ନ ସବୁବେଳେ ସ୍ୱପ୍ନ ହିଁ ହୋଇଥାଏ । କିନ୍ତୁ ଏପରି କିଛି ସ୍ୱପ୍ନ ଅଛି ଯାହାର ସମ୍ପର୍କ ଆମର ଦୈନିକ ଜୀବନ ସହିତ ରହିଥାଏ । ଆଗକୁ କିଛି ଶୁଭ ବା ଅଶୁଭ ଘଟଣା ଘଟିବାକୁ ଥିଲେ ସ୍ୱପ୍ନ ମାଧ୍ୟମରେ ଆମେ କିଛିଟା ଆଭାସ ପାଇଥାଉ ବୋଲି ବିଶ୍ୱାସ କରାଯାଏ ।

– ବିଶ୍ୱାସ କରାଯାଏ ଯେ, ମୃତବ୍ୟକ୍ତିମାନେ ହେଉଛନ୍ତି ଅନ୍ୟ ଦୁନିଆର । ଆମେମାନେ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରିପାରିବା ନାହିଁ । ଆମେ ଶୋଇଥିବା ଅବସ୍ଥାରେ ସେମାନେ ଆମ ସହ ସଂପର୍କ ରଖିବାକୁ ଚେଷ୍ଟା କରନ୍ତି, ଯେଉଁ ସମୟରେ ଆମର ଇନ୍ଦ୍ରିୟଗୁଡ଼ିକ ପ୍ରାୟତଃ ନିଷ୍କ୍ରିୟ ଥାଏ ।

– ଏପରି ଅନେକ ଦୁଃସ୍ୱପ୍ନ ଆମର ମାନସିକ ଚାପ କାରଣରୁ ଆସିଥାଏ । ଆପଣ ଯେତେ ଅଧିକ ମାତ୍ରାରେ ଭାବପ୍ରବଣ ହେବେ, ସେତେ ମାତ୍ରାରେ ସ୍ୱପ୍ନ ଆସିଥାଏ ବୋଲି କୁହାଯାଏ ।

– ଆମେ ଶୋଇରହିବା ସମୟରେ ଆମର ଅବଚେତନ ମନ ଜାଗ୍ରତ ରହିଥାଏ, ଯାହାକି ବହୁତ ଶକ୍ତିଶାଳୀ ହୋଇଥାଏ । ଆମେ ଯାହା ଭାବୁ ତାହା ସ୍ୱପ୍ନ ରୂପରେ ଆସିଥାଏ । ଆମର ବାସ୍ତବ ଦୁନିଆ ଉପରେ ଅନ୍ୟ ଦୁନିଆର କିଛିଟା ପ୍ରଭାବ ରହିଥାଏ ବୋଲି କୁହାଯାଏ ।

– କୌଣସି ବ୍ୟକ୍ତିଙ୍କର ଅସ୍ୱାଭାବିକ ବା ଅକାଳ ମୃତ୍ୟୁ ହେଲେ ସେ ସ୍ୱପ୍ନରେ ଆସିଥାନ୍ତି । ସେମାନଙ୍କର ଶୁଦ୍ଧିକାର୍ଯ୍ୟ ରୀତିନୀତି ଅନୁସାରେ କରାଯାଇନଥିଲେ ସେମାନେ ଅତୃପ୍ତ ରହିଥାନ୍ତି ବୋଲି କୁହାଯାଏ । ସ୍ୱପ୍ନ କେବଳ ଭୟାନକ ନୁହେଁ, ଏହା ଆପଣଙ୍କର ମସ୍ତିଷ୍କର ଅବକ୍ଷୟ ଜନିତ ଲକ୍ଷଣ ସୂଚାଇଥାଏ ।

– କିଛି ବ୍ୟକ୍ତି ଜୀବନର ଲକ୍ଷ୍ୟ ପୂରଣ ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି । ସେମାନେ ନିଜର ଆଶା ପୂରଣ ପାଇଁ କିମ୍ବା ପ୍ରତିଶୋଧ ପାଇଁ ଅନେକଙ୍କ ସ୍ୱପ୍ନରେ ଆସିଥାନ୍ତି । ଏ କ୍ଷେତ୍ରରେ ଆପଣଙ୍କୁ କୌଣସି ପଣ୍ଡିତ, ପୁରୋହିତ କିମ୍ବା ଧାର୍ମିକ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ ।

– ବେଳେବେଳେ କୌଣସି ଅଜଣା ବ୍ୟକ୍ତି ଆମକୁ ମାରିବାକୁ ଚେଷ୍ଟା କରୁଥିବାର ଆମେ ସ୍ୱପ୍ନରେ ଦେଖିଥାଉ । ହୁଏତ ଏହା ଆମର କୌଣସି କ୍ଷତି କରିନଥାଏ, ମାତ୍ର ନିଦରୁ ଜାଗ୍ରତ ହେବା ପରେ ଆମ ଶରୀରରେ ସତେ ଯେପରି ଏକ ଅଜଣା ଆତଙ୍କ ଖେଳିଯାଏ । ଏହା ଆମର ମସ୍ତିଷ୍କର କାର୍ଯ୍ୟଧାରାରେ ବାଧାସୃଷ୍ଟି କରିଥାଏ ।

Get real time updates directly on you device, subscribe now.