fbpx

ସରକାରଙ୍କ ସତର୍କ ସୂଚନା ! ୩୦ ସେପ୍ଟେମ୍ବର ପୂର୍ବରୁ କରିଦିଅନ୍ତୁ ଏହି କାମ, ନହେଲେ ଜୋରିମାନା

ନୂଆଦିଲ୍ଲୀ: ପାନ୍ କାର୍ଡଧାରୀଙ୍କ ପାଇଁ ଆସିଛି ବଡ଼ ଖବର । ପାନ୍ ଓ ଆଧାରକୁ ଲିଙ୍କ କରିବା ନେଇ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି । ଯଦି ୩୦ ସେପ୍ଟେମ୍ବର ପୂର୍ବରୁ ଆଧାର ଓ ପାନ୍ ଲିଙ୍କ ନହୁଏ, ତେବେ ଆପଣଙ୍କ ଆଧାର ନିଷ୍କ୍ରିୟ ହୋଇଯିବ ।

ତେବେ ଆଜିର ସମୟରେ ଆଧାରକାର୍ଡ ଓ ପାନ୍ କାର୍ଡ ଅତି ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ଆଦି ବଡ଼ ବଡ଼ ବ୍ୟାଙ୍କିଙ୍ଗ କାରବାରରେ ଆଧାର ଓ ପାନ୍ କାର୍ଡ ଲିଙ୍କ ହେବା ଜରୁରୀ ।

ଏହା ବ୍ୟତୀତ ସମସ୍ତ ପ୍ରକାର ଆର୍ଥିକ କାର୍ଯ୍ୟ ପାଇଁ ପାନ୍ କାର୍ଡ ରହିବା ବାଧ୍ୟତାମୂଳକ । ଆୟକର ବିଭାଗ ପ୍ୟାନକୁ ଆଧାର ସହିତ ଲିଙ୍କ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ସ୍ଥିର କରିଛି । ଯଦି ପାନ୍ କାର୍ଡ ଆଧାର କାର୍ଡ ସହିତ ଲିଙ୍କ୍ ହୋଇନଥାଏ, ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡିପାରେ । ଆସନ୍ତୁ ଜାଣିବା କିପରି ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରାଯିବ ।

ଯଦି ଆପଣ ଅନଲାଇନରେ ପାନ-ଆଧାର ଲିଙ୍କ୍ କରିବାକୁ ଚାହୁଛନ୍ତି ତାହେଲେ ୱେବସାଇଟ୍ (www.incometax.gov.in)କୁ ଯାଆନ୍ତୁ ଏହାପରେ ତଳକୁ ସ୍କ୍ରଲ କରନ୍ତୁ, ଏହାପରେ ଆପଣଙ୍କୁ ସେଠାରେ ‘ଲିଙ୍କ ଆଧାର’ ଅପ୍ସନ ଦେଖାଯିବ ଏହା ଉପରେ କ୍ଲିକ କରନ୍ତୁ ଏବଂ ଏହାପରେ ନୂତନ ପେଜରେ ନିଜର ଆଧାର ଓ ପାନ୍ କାର୍ଡ ନମ୍ବର ଏଣ୍ଟ୍ରି କରିବା ସହ ନିଜ ନାମ ଆଦି ପୂରଣ କରନ୍ତୁ ଏବଂ ଏହାପରେ ଲିଙ୍କ୍ ଆଧାର ବଟନରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ଏବଂ ଆପଣ ଏହି ଓଟିପି ଭେରିଫିକେସନ କରିବାକୁ ପଡ଼ିବ । ବାସ୍ ହେଇଗଲା ପାନ୍ ସହ ଆଧାର ଲିଙ୍କ୍ ।

Get real time updates directly on you device, subscribe now.