fbpx

ପିପିଲି ଉପନିର୍ବାଚନ: ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ବିଜେପି ପିପିଲି ପାଇଁ ମୋଟ ୨୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବା ବେଳେ ଲିଷ୍ଟରେ ୩ ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ପିପିଲି ଉପନିର୍ବାଚନରେ ବିଜେପିକୁ ଜିତାଇବାକୁ ପ୍ରୟାସ କରିବେ ।

ତେବେ ଏହି ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୈଜୟନ୍ତ ପଣ୍ଡା, ଡି. ପୁରନ୍ଦେଶ୍ୱରୀ, ବିଜୟ ପାଲ ସିଂହ ତୋମାର, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ମନମୋହନ ସାମଲ, କେଭି ସିଂହଦେଓ, ସୁରମା ପାଢ଼ୀ, ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ମୋହନ ଚରଣ ମାଝୀ, ପ୍ରଭାତୀ ପରିଡ଼ା, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ସ୍ଥାନ ପାଇଥିବା ଜଣାପଡ଼ିଛି । ଏହି ପ୍ରଚାର ତାଲିକାରୁ ବିଜେପିର କିଛି ବରିଷ୍ଠ ନେତା ବାଦ୍ ପଡ଼ିଛନ୍ତି । ସୂଚନାଯୋଗ୍ୟ ଯେ, କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପିପିଲିରେ ନିର୍ବାଚନ ପ୍ରଚାର ପାଇଁ ସେପ୍ଟେମ୍ବର ୨୦ରୁ ୨୭ ମଧ୍ୟରେ ଦିନ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.