fbpx

ଅନଲାଇନ୍ ଖାଇବା ହେବ ମହଙ୍ଗା; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ:ବର୍ତ୍ତମାନ ଅନଲାଇନ ଫୁଡ ଡେଲିଭରିର ଅନେକ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆଗକୁ ମହାଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି । ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ ଆଲୋଚନା ହେବ । ସ୍ୱିଗି ଓ ଜୋମାଟୋ ପରି ଫୁଡ ଡେଲିଭରି ଆପ୍ସ ଗୁଡିକୁ ୫ ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କିମଟିର ଫିଟମେଣ୍ଟ ପ୍ୟାନେଲ ସୁପାରିଶ କରିବା ପରେ ଜିଏସଟି କାଉନସିଲ କମିଟି ଏନେଇ ନିଷ୍ପତ୍ତି ନେବ। ଫଳରେ ସ୍ୱିଗି ଓ ଜୋମାଟୋରେ ଖାଦ୍ୟ ମଗାଇବା ମହଙ୍ଗା ହେବ ବୋଲି କୁହାଯାଉଛି ।

ସୂଚନା ମୁତାବକ, ଜିଏସଟି କାଉନସିଲ ବୈଠକ ଶୁକ୍ରବାର ଲକ୍ଷ୍ନୌଠାରେ ଅନୁଷ୍ଠିତ ହେବ । ଏଥିରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗ ଦେବେ। ବର୍ତ୍ତମାନର ଅର୍ଥିକ ବ୍ୟବସ୍ଥା ଅନୁଯାୟୀ ଟ୍ୟାକ୍ସ ଆକାରରେ ସରକାରଙ୍କୁ ବାର୍ଷିକ ୨ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପୁଥିବାରୁ ଏହି ବ୍ୟବସ୍ଥା ଉପରେ ପୁନଃ ବିଚାର କରି ପରିବର୍ତ୍ତନ କରାଯିବ ବୋଲି କୁହାଯାଉଛି । ଏହାସହ ପେଟ୍ରୋଲ ଓ ଡିଜେଲର ଦର ସହ କରୋନା ସମୟରେ ଅତ୍ୟାବଶ୍ୟକ ସାମଗୀଗୁଡିକର ଦରଦାମ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବାର ସୂଚନା ରହିଛି ।

Get real time updates directly on you device, subscribe now.