fbpx

ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୁଚନା ଦେଇଛନ୍ତି । ଏବେ କେବଳ ଛୋଟ ଧରଣର ବନ୍ୟା ଆସିଛି ତେଣୁ କୌଣସି ବିପଦ ନାହିଁ । ଅନ୍ୟପଟେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଜଳସ୍ତର କମିବାରେ ଲାଗିଛି । ହୀରାକୁଦ୍ ରୁ ଆଉ ବନ୍ୟାଜଳ ଛଡ଼ାଯିବ ନାହିଁ । ଧୀରେ ଧୀରେ ହୀରାକୁଦର ଗେଟ୍ ବନ୍ଦ ହେବ । ସେହିପରି ମୁଣ୍ଡୁଳୀରେ ଆଉ ଜଳ ପ୍ରବାହ ବଢ଼ିବ ନାହିଁ । ଜଳ ପ୍ରବାହ ୬ ଲକ୍ଷ ୭୬ ହଜାରରୁ ଅଧିକ ହେବ ନାହିଁ । କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ରହିଛି ।

Get real time updates directly on you device, subscribe now.