fbpx

ହାତରେ ବ୍ୟାଗ୍ ଧରି ପାଦରେ ଚାଲି ଚାଲି କୁଆଡ଼େ ଯାଉଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ଏହି ଫଟୋ ପଛର ରହସ୍ୟ

ନୂଆଦିଲ୍ଲୀ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତରେ ବ୍ରିଫକେସ୍ ଧରି ଯାଉଥିବାର କିଛି ଲୋକ ଦେଖିଥିଲେ । ଦେଶର ଜଣେ ସର୍ବୋଚ୍ଚ ଆସନରେ କ୍ଷମତାସୀନ ବ୍ୟକ୍ତିଙ୍କୁ ଏକ ରେଳ ଷ୍ଟେସନରେ ଏପରି ଅବସ୍ଥାରେ ଦେଖି ଅନେକଙ୍କ ହୋସ୍ ଉଡ଼ିଯାଇଥିଲା । ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ସୁରକ୍ଷା କର୍ମୀ ନଥିବା ବେଳେ ସେ ଚାଲି ଚାଲି ଯାଉଥିଲେ । ଫଳରେ ଏନେଇ ଲୋକମାନେ ପରସ୍ପରକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବାରେ ଲାଗିଲେ । ମୋଦି ପୁଣି ଏ ବେଶରେ, ଏ ଅବସ୍ଥାରେ? ଏହି ପ୍ରଶ୍ନଗୁଡ଼ିକ ଦେଖଣାହାରୀଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା ।

ତେବେ ପ୍ରକୃତ କଥା ହେଉଛି, ସେ ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଥିଲେ । ସେ ମୋଦିଙ୍କ ଭଳି ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତି, ଯାହାଙ୍କୁ ମୋଦିଙ୍କ ନକଲ କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କର ଚେହେରା, ଶାରୀରିକ ଗଠନ ଓ ଦାଢ଼ି, ବେଶ ପୋଷାକ ଉକ୍ତ ବ୍ୟକ୍ତିଙ୍କ ସହ ଅବିକଳ ହୋଇଥିବାରୁ ଯେ କେହି ତାଙ୍କୁ ଦେଖିବା ପରେ ଭ୍ରମରେ ପଡ଼ିବା ସ୍ୱାଭାବିକ । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଲାଲାଜୀ ଦେବାରିଆ । ଅଧିକାଂଶ ଲୋକ ତାଙ୍କୁ ଦେଖି ଧୋକ୍କା ଖାଇ ଯାଆନ୍ତି । ଲାଲାଜୀଙ୍କୁ ଦେଖିବା ପରେ ଯେ କେହି ତାଙ୍କୁ ମୋଦି ବୋଲି ଭାବିନେଇଥାଏ । ଏହାପୂର୍ବରୁ ଅଭିନନ୍ଦନ ପାଠକ ନାମକ ଜଣେ ବ୍ୟକ୍ତି ମୋଦିଙ୍କର ଅବିକଳ ଚେହେରାଧାରୀ ଥିଲେ । ପରେ ଅଭିନନ୍ଦନ କଂଗ୍ରେସ ପାର୍ଟିରେ ସାମିଲ ହେବା ପରେ ବାରାଣାସୀ ଲୋକସଭା ନିର୍ବାଚନରେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ ।

Get real time updates directly on you device, subscribe now.