fbpx

ଅବୈଧ ସମ୍ପର୍କ ଥିବା ସନ୍ଦେହ କରି ବିଚ୍ ରାସ୍ତାରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ୱାମୀ, ୭ ମାସ ତଳେ ହୋଇଥିଲା ପ୍ରେମ ବିବାହ

ନୋଏଡ଼ା: ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିବା ସନ୍ଦେହ କରୁଥିଲା ସ୍ୱାମୀ । ଆଉ ରାଗରେ ଆସି ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଦେଲା । ଶବକୁ ନେଇ ଗୋଟିଏ ସ୍ଥାନରେ ଫୋପାଡ଼ି ଦେଲା । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ନୋଏଡ଼ାରେ । ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ନେଇ ଗାଜିଆବାଦ୍ ର ଇନ୍ଦିରାପୁରମ୍ ଥାନା ଅଞ୍ଚଳରେ ଫୋପାଡ଼ିଥିବା ଜଣାପଡ଼ିଛି । ଏହି ମାମଲାର ଗୁରୁବାର ଦିନ ଶବକୁ ଠାବ କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

ନୋଏଡ଼ାର ଫେଜ୍-୩ ଥାନା ଅଞ୍ଚଳରେ ଥିବା ଏକ ଗାଁରେ ରହୁଥିବା ଲାଳତା ପ୍ରସାଦଙ୍କ ୭ ମାସ ତଳେ ୨୩ ବର୍ଷୀୟ ରଞ୍ଜିତାଙ୍କ ସହିତ ପ୍ରେମ ବିବାହ ହୋଇଥିଲା । ହେଲେ ପରେ ଲାଳତା ପ୍ରସାଦକୁ ନିଜ ସ୍ତ୍ରୀର ଅବୈଧ ସମ୍ପର୍କ ଥିବା ନେଇ ସନ୍ଦେହ ହୋଇଥିଲା । ପୋଲିସ୍ ର କହିବାନୁସାରେ, ବୁଧବାର ଦିନ ରଞ୍ଜୀତା ଇନ୍ଦିରପୁରମ୍ ଥାନା ଅଞ୍ଚଳକୁ ମେଡିସନ୍ ଆଣିବାକୁ ଯାଇଥିଲେ । ଅଟୋରୁ ଓହ୍ଲାଇବା ପରେ ରଞ୍ଜୀତା ଫୋନ୍ ରେ କଥା ହୋଇ ଯାଉଥିଲେ ।

ଠିକ୍ ସେହି ସମୟରେ ଲାଳଦା ପ୍ରସାଦ ରଞ୍ଜୀତାକୁ କୌଣସି ଏକ ପୁରୁଷ ସହିତ ଦେଖିବାକୁ ପାଇଥିଲା । ଏହି ସମୟରେ କିନ୍ତୁ ରଞ୍ଜୀତା ସହିତ ଥିବା ପୁରୁଷ ଫେରାର୍ ହୋଇଯାଇଥିଲା । କିନ୍ତୁ ଲାଳଦା, ରଞ୍ଜୀତାଙ୍କ ତଣ୍ଟିଚିପି ହତ୍ୟା କରିଦେଲା । ଆଉ ଶବକୁ ଫୋପାଡ଼ି ଦେଇଥିଲା । ଗୁରୁବାର ଦିନ ଶବକୁ ପୋଲିସ୍ ଠାବ କରିଥିଲା ।

 

Get real time updates directly on you device, subscribe now.