fbpx

କ୍ୟାବିନେଟ ମନ୍ତ୍ରୀଙ୍କୁ ଟଙ୍କା ଦେଉଛି Youtube; ମାସକୁ ମିଳୁଛି ୪ ଲକ୍ଷ

ନୂଆଦିଲ୍ଳୀ: କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳୁଛି ୟୁଟ୍ୟୁବରୁ ଟଙ୍କା । ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଘଟଣାଟି ସତ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏମିତି ଏକ ମଜାଳିଆ ସୂଚନା ଶେୟାର କରିଛନ୍ତି । ଶୁକ୍ରବାର ଗଡକରୀ ଦେଇଥିବା ମନ୍ତବ୍ୟରେ ତାଙ୍କୁ ୟୁଟ୍ୟୁବରୁ ମାସକୁ ୪ ଲକ୍ଷ ଟଙ୍କାର ରୟାଲଟି ମିଳୁଥିବା ପ୍ରକାଶ କରିଛନ୍ତି । ଏକ ଲେକ୍ଚର ଭିଡିଓ ଭାଇରାଲ ହୋଇଥିବାରୁ ରୟାଲଟି ବାବଦରେ ତାଙ୍କୁ ଏହି ଅର୍ଥ ମିଳୁଛି ବୋଲି ଗଡକରୀ କହିଛନ୍ତି । ଭାରୁଚରେ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେର କାର୍ଯ୍ୟ ସମୀକ୍ଷା ସମୟରେ ମନ୍ତବ୍ୟ ରଖିଥିଲେ ଗଡକରୀ ।

କରୋନା ମହାମାରୀ ସମୟରେ ଗଡକରୀଙ୍କ ଭିଡିଓ ବେଶ ଭାଇରାଲ ହୋଇଥିଲା । ଗଡକରୀ କହିଛନ୍ତି, ମହାମାରୀ ସମୟରେ ସେ କେବଳ ଦୁଇଟି ଜିନିଷ କରିଥିଲେ । ଖାଇବା ବନାଇବା ଶିଖିବା ସହିତ ବିଭିନ୍ନ ଅନଲାଇନ କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ । ଏହି ସମୟରେ ସେ ପ୍ରାୟ ୯୫୦ଟି ଅନଲାଇନ ଲେକ୍ଚର ପ୍ରଦାନ କରିଥିବା କହିଛନ୍ତି ଗଡକରୀ । ମୋ ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକ ବୃଦ୍ଧି ପାଇବା କାରଣରୁ ମାସକୁ ୪ ଲକ୍ଷ ଟଙ୍କାର ରୟାଲଟି ମଧ୍ୟ ମିଳିବାରେ ଲାଗିଛି । ଏହା ସହିତ ଦେଶରେ ଏକ୍ସପ୍ରେସୱେ ଗୁଡିକ ନିର୍ମାଣ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଗଡକରୀ । ୨୦୨୧ ଫେବୃୟାରୀରେ ଲମ୍ବା ରାସ୍ତା ନିର୍ମାଣର ରେକର୍ଡ କରାଯାଇଥିବା ବେଳେ ଭାରୁଚ ନିକଟବର୍ତ୍ତୀ ନର୍ମଦା ନଦୀ ଉପରେ ୮ ଲେନ ବିଶିଷ୍ଟ ୨ କିମିର କେବଲ ସ୍ପାନ ବ୍ରିଜ ନିର୍ମାଣ କରାଯିବ ।

Get real time updates directly on you device, subscribe now.