fbpx

ଶସ୍ତା ସାବୁନ ଫେଣରେ ଧରିଗଲା ନିଆଁ, ୪ ବର୍ଷିୟ ପିଲାର ପୋଡ଼ିଗଲା ସମ୍ପୂର୍ଣ୍ଣ ଶରୀର

ନୂଆଦିଲ୍ଲୀ: ଶସ୍ତା ସାବୁନ ବିକ୍ରି କରିବାର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆପଣ ଏହି ଖବର ଜରିଆରେ ନିଶ୍ଚୟ ସ୍ପଷ୍ଟ ହୋଇଯିବେ । ଶସ୍ତା ସାବୁନ୍ ଲଗାଇ ଗୋଟିଏ ୪ ବର୍ଷର ପିଲା ଗାଧୋଉଥିବା ବେଳେ ହଠାତ୍ ଫେଣରେ ନିଆଁ ଧରିଗଲା । ଫଳରେ ପିଲାଟିର ସମ୍ପୂର୍ଣ୍ଣ ଶରୀରରେ ନିଆଁ ଲାଗିଯାଇଛିା ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସାଧାରଣତଃ ଛୋଟ ପିଲାମାନଙ୍କ ସ୍କିନ୍ ଖୁବ୍ ସମ୍ବେଦନଶୀଳ ହୋଇଥାଏ । ତେଣୁ ବାପା-ମାଆ ମାନେ ସେମାନଙ୍କ ପାଇଁ ମାଇଲ୍ଡ ପ୍ରଡକ୍ଟସ୍ ବ୍ୟବହାର କରିଥାନ୍ତି । ହେଲେ ଅନେକ ସମୟରେ ଏପରି ହୋଇଥାଏ ଯେ ଶସ୍ତା ଚକରରେ ପ୍ରଡକ୍ଟସ୍ ର କ୍ୱାଲିଟି ଉପରେ ବାପା ମାଆ ମାନେ ଧ୍ୟାନ ଦେଇନଥାନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବଜାରରୁ ଶସ୍ତା ସାବୁନ୍ କିଣି ତାର ପରିଣାମ ଭୋଗିଛନ୍ତି ଇଂଲଣ୍ଡର ଗୋଟିଏ ପରିବାର । ଏଠାରେ ଶସ୍ତା ସାବୁନ ଲଗାଇ ଗାଧୋଉଥିବା ବେଳେ ସେଥିରୁ ସୃଷ୍ଟି ହୋଇଥିବା ଫେଣରେ ହଠାତ୍ ନିଆଁ ଲାଗି ଯାଇଥିଲା । ତେଣୁ ପିଲାଟିର ମୁହଁରେ ଫେଣରେ ଲାଗିଥିବା ବେଳେ ସେଥିରେ ବି ନିଆଁ ଧରିଯାଇଥିଲା । ଆଉ ଦେଖୁ ଦେଖୁ ଶରୀରରେ ନିଆଁ ମାଡ଼ିଗଲା ।

ଏହି ସମୟରେ ତାର ବାପାଙ୍କ ନଜର ପୁଅ ଉପରେ ପଡ଼ିଥିଲା ଓ ସଙ୍ଗେ ସଙ୍ଗେ ପୁଅର ମୁହଁ ପାଣି ପକାଇ ନିଆଁ ଲିଭାଇଥିଲେ । ଆଉ ହସ୍ପିଟାଲକୁ ନେଇଯାଇଥିଲେ । ଡାକ୍ତର ମାନେ ପିଲାଟିକୁ ବର୍ଣ୍ଣ ୱାର୍ଡକୁ ପଠାଇଥିଲେ । ବର୍ତ୍ତମାନ ପିଲାଟିର ଅବସ୍ଥା ସ୍ଥିର ରହିଛି । ପିଲାଟିର ବାପା କହିଛନ୍ତି ଯେ, ଗାଧୋଇବା ସମୟରେ ଟିକେ ଦୂରରେ ଗୋଟିଏ ମହମବତି ଜଳୁଥିଲା । ସାବୁନ୍ ଫେଣ ସଂସ୍ପର୍ଶରେ ଯେତେବେଳେ ମହମବତିର ନିଆଁ ଆସିଲା ସେତେବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ମୁଣ୍ଡରୁ ଆରମ୍ଭ କରି ଗୋଡ ପର୍ଯ୍ୟନ୍ତ ନିଆଁ ଲାଗି ଯାଇଥିବା ତାର ବାପା କହିଚନ୍ତି ।

Get real time updates directly on you device, subscribe now.