fbpx

ଯଦି ଏପରି କିଛି ଲକ୍ଷଣ ଆପଣଙ୍କ ଶରୀରରେ ଦେଖାଯାଉଛି, ତେବେ ହୋଇପାରେ ଏହା ଘାତକ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ, ଏଥିପାଇଁ ଉପଯୁକ୍ତ ଖାଦ୍ୟପେୟ ସହ ଶରୀରର ଯତ୍ନ ନେବା ନିହାତି ଦରକାର । ଅଧିକାଂଶ ଲୋକ ରୋଗ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି ଶରୀରରେ ଯଦି ରୋଗ ନଥାଇ ଏପରି କିଛି ଲକ୍ଷଣ ଦେଖାଦେଇଥାଏ, ତେବେ ଜାଣି ରଖନ୍ତୁ ଯେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ନୁହନ୍ତି । ଆସନ୍ତୁ ଜାଣିବା ସେହି ଲକ୍ଷଣଗୁଡ଼ିକ ବିଷୟରେ:-

–  ଚର୍ମ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିଥାଏ । ମୁହଁରେ ବ୍ରଣ ସମସ୍ୟା ସହ ଖରାପ ସ୍ୱାସ୍ଥ୍ୟ, ହଜମ, ଖାଦ୍ୟପେୟ, ନିଦ୍ରା ଆଦିର ସାମଞ୍ଜସ୍ୟ ରହିଛି ବୋଲି ବିବେଚନା କରାଯାଏ । ଏହି ଲକ୍ଷଣଗୁଡ଼ିକୁ ଠିକ ଭାବେ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଚିତ ।

– ବିଶେଷଜ୍ଞଙ୍କ ମତରେ ଆଖିର ଟିସୁ ଧଳା ରଙ୍ଗର ହୋଇଥିଲେ ତାହା ସୁସ୍ଥତାର ଲକ୍ଷଣ ସୂଚାଇଥାଏ । ଯଦି ଆଖି ହଳଦିଆ ରଙ୍ଗ ଦେଖାଯାଏ, ତେବେ ଜାଣିନିଅନ୍ତୁ ଏହା ଯକୃତ କିମ୍ବା ଅଗ୍ନାଶୟ ରୋଗ ସହିତ ଜଡ଼ିତ ଥାଇପାରେ । ଆଖି ଲାଲ ରଙ୍ଗ ଦେଖାଦେଲେ ତାହା ନିଦ୍ରାହୀନତାର ସଙ୍କେତ ଦେଇଥାଏ ।

– ନଖର ରଙ୍ଗ, ଆକାରରୁ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ମିଳିଥାଏ । ଆପଣଙ୍କର ରକ୍ତ ସଞ୍ଚାଳନ ଠିକରୂପେ ହେଉନଥିଲେ ନଖର ରଙ୍ଗ ହଳଦିଆ ହୋଇଥାଏ । ଯଦି ନଖ ଠିକ ଭାବେ ବଢ଼ୁନାହିଁ, ତେବେ ଏହା ପୁଷ୍ଟିକର ଖାଦ୍ୟ ଅଭାବର ସୂଚନା ଦେଇଥାଏ ।

– ଜଣେ ସୁସ୍ଥ ବ୍ୟକ୍ତି ଗୋଟିଏ ଦିନରେ ୧୦ରୁ ୨୦ ଥର ଗ୍ୟାସ ପାସ କରିଥାନ୍ତି । ଯଦି ଆପଣ କ୍ରମାଗତ ଗ୍ୟାସ ପାଉଥାନ୍ତି, ତେବେ ଏହା ସୁସ୍ଥତାର ଲକ୍ଷଣ ନୁହେଁ । ଖରାପ ହଜମ କ୍ରିୟା, ସିଲିଏକ ରୋଗରେ ଆକ୍ରାନ୍ତ ଥିଲେ ଶରୀରେ ଅତ୍ୟଧିକ ଗ୍ୟାସ ଉତ୍ପନ୍ନ ହୋଇଥାଏ ।

– ପରିସ୍ରାର ରଙ୍ଗ ଶରୀରର ସୁସ୍ଥତା ବିଷୟରେ ଆମକୁ ଜଣାଇଥାଏ । ଯଦି ପରିସ୍ରାର ରଙ୍ଗ ବହୁତ ଗାଢ଼ ହେବା ସହ ଗନ୍ଧ ହୁଏ, ତେବେ ଆପଣ ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ ।

 

Get real time updates directly on you device, subscribe now.