fbpx

ପତ୍ନୀର ଶବ ସହ ୪ ଦିନ: ଗୋଟିଏ କଠୋରୀ ଖିଆପିଆ କରିବା ସହ ଗୋଟିଏ ବିଛଣାରେ ଶୋଉଥିଲେ.. ଆଉ ତା’ ପରେ…

କେନ୍ଦୁଝର (ଭାସ୍କର ନ୍ୟୁଜ୍): ପତ୍ନୀର ଶବ ସହ ୪ ଦିନ। ସ୍ତ୍ରୀ ମରିବାର ୪ ଦିନ ପର୍ଯ୍ୟନ୍ତ ସ୍ବାମୀ ମୃତ ପତ୍ନୀଙ୍କ ସହ ଗୋଟିଏ ଘରର କୋଠରି ଭିତରେ ରହୁଥିଲେ। ସେହି କୋଠରିରେ ଖିଆପିଆ କରିବା ସହ ଗୋଟିଏ ବିଛଣାରେ ଶୋଉଥିଲେ। ପ୍ରତିଦିନ ଖାଇବା ସମୟରେ ମୃତ ପତ୍ନୀକୁ ଖୁଆଇ ଦେଉଥିଲା ସ୍ବାମୀ। ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡିଶା ଲୋକେ ସନ୍ଦେହ କରିବା ସହ ଏ ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ରୂପା ସାହିରେ।

ଏହି ଘଟଣାରେ ପୁଲିସ ମାନସିକ ବିକାରଗ୍ରସ୍ତ କୁହାଯାଉଥିବା ସ୍ବାମୀ ସୁରେନକାରୁଆଙ୍କୁ ଅଟକ ରଖିଛି। ସୁରେନଙ୍କ ପତ୍ନୀ ସୁନିତାଙ୍କ ଦେହ ଅସୁସ୍ଥ ଥିଲା। ସେ ଉଠି ବସି ପାରୁ ନଥିଲେ। ତାଙ୍କୁ ଚିକିତ୍ସା ନ କରାଇ ଘରେ ରଖିଥିଲେ ସ୍ବାମୀ। ଚିକିତ୍ସା ବିନା ସୁନିତା ୪ ଦିନ ପୂର୍ବରୁ ମୃତ୍ୟୁ ଘଟିଥିଲା। ହେଲେ ସୁରେନ ପତ୍ନୀଙ୍କ ମୃତ୍ୟୁ ସମ୍ପର୍କରେ ଜାଣିପାରି ନଥିଲେ। ସୁରେନ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ପୁଲିସ ସୂଚନା ଦେଇଛି।

ସୁରେନଙ୍କ ପ୍ରଥମ ପତ୍ନୀ ମୃତ୍ୟୁ ଘଟିଥିବା ବେଳେ ସୁନିତା ସୁରେନଙ୍କ ଦ୍ବିତୀୟ ପତ୍ନୀ ଥିଲେ। ମୃତ ସୁନିତାଭ୍କ ସହ ତାଙ୍କ ସ୍ବାମୀଙ୍କ ପ୍ରାୟତଃ ଝଗଡ଼ା ହେଉଥିବା ପଡୋଶଈ କହିଛନ୍ତି ଏବଂ ସୁନିତା ଅନ୍ତଃସତ୍ବା ମଧ୍ୟ ଥିଲେ। ସୋମବାର ଠାରୁ ତାଙ୍କ ମୃତଦେହପଡିଥିଲା ଗୁରୁବାର ଦୁର୍ଗନ୍ଧ ହେବ ପରେ ଲୋକମାନେ ଏହି ଅଘଟଣ ବାବଦରେ ଜାଣି ପାରିଥିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପୁଲିସ ସୁରେନ୍ଦଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.