fbpx

ଅମରିନ୍ଦର ସିଂହ ରାହୁଲ-ସୋନିଆଙ୍କଠୁ ଅଧିକ ଲୋକପ୍ରିୟ ନହୋଇ ଯାଆନ୍ତୁ, ସେଥିପାଇଁ କଂଗ୍ରେସରେ ଏସବୁ କାଣ୍ଡ: ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ : ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଂଗ୍ରେସରେ ମାନସ ମନ୍ଥନ ଜାରି ରହିଛି । ପାର୍ଟି ହାଇକମାଣ୍ଡ ବରିଷ୍ଠ ନେତା ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ । ହେଲେ ଅମ୍ବିକା ଖୋଦ୍ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସେପଟେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସର ଦଳୀୟ କନ୍ଦଳକୁ ନେଇ ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ଅମରିନ୍ଦର ସିଂହଙ୍କ ବଢୁଥିବା ଲୋକପ୍ରିୟତାରେ ଡରି କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କ୍ୟାପଟେନ୍ ଅମରିନ୍ଦର ପଞ୍ଜାବର ବହୁତ ଲୋକପ୍ରିୟ ନେତା । ଏଥିପାଇଁ ତାଙ୍କୁ ହଟାଯାଇଛି କାରଣ କଂଗ୍ରେସ ହାଇକମାଣ୍ଡଙ୍କୁ ଲାଗୁଥିଲା ଯେ, ଅମରିନ୍ଦର ସିଂହ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କଠୁ ଅଧିକ ଲୋକପ୍ରିୟ ହୋଇଯିବେ। ଏବେ କଂଗ୍ରେସ ଅକଳରେ ପଡି ଯାଇଛି । ଯେଉଁ ଦଳ ନିଜ ସମସ୍ୟାରେ ପେଶି ହେଉଛି, ସେମାନେ ଆମ ଉପରେ ପ୍ରଶ୍ନ ଉଠାଉଛନ୍ତି ବୋଲି ଯୋଗୀ କହିଛନ୍ତି ।

 

ଅପରପକ୍ଷେ ପଞ୍ଜାବ ବିଧାୟକ ଦଳ ବୈଠକ ଘୁଞ୍ଚାଇ ଦିଆଯାଇଛି । ଆଶା କରାଯାଉଥିଲା ଯେ, ଆଜି ବିଧାୟକ ଦଳ ବୈଠକରେ ପଞ୍ଜବାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ଉପରେ ଘୋଷଣା ହୋଇପାରେ । ହେଲେ ସାଧାରଣ ସଂପାଦକ ପରଗଟ ସିଂହ କହିଛନ୍ତି, ଏହା ସବୁ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ । ଏହା ହାଇକମାଣ୍ଡଙ୍କ ସ୍ୱତନ୍ତ୍ର ଅଧିକାର ।

କଂଗ୍ରେସ ସାଂସଦ ଅମ୍ବିକା ସୋନି କହିଛନ୍ତି, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ । ପାର୍ଟି ହାଇକମାଣ୍ଡର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି, ବର୍ତ୍ତମାନ ସମୟରେ ଜଣେ ଶିଖଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍ ।

Get real time updates directly on you device, subscribe now.