fbpx

ରବି ଶାସ୍ତ୍ରୀଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର କୋଚ୍ ? ଦୌଡରେ ଅଛନ୍ତି ୫ ଜଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱ କପ ପରେ ସରିବାକୁ ଯାଉଛି । ନୂତନ ମୁଖ୍ୟ କୋଚ୍ ନେଇ ବିିସିସିଆଇ ସନ୍ଧାନ ଆରମ୍ଭ କରି ଦେଇଛି । ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କିଏ ହେବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବିିସିସିଆଇ ସୂତ୍ର ଅନୁଯାୟୀ, ଏହି ଦାୟିତ୍ୱ କୌଣସି ଭାରତୀୟଙ୍କୁ ଦିଆଯାଇପାରେ । ଏହି ପଦ ପାଇଁ ବର୍ତ୍ତମାନ ୫ ଜଣ ଦୌଡରେ ଥିବା କୁହାଯାଉଛି ।

ଅନିଲ କୁମ୍ବଲେ

ଭାରତର ମହାନ ଲେଗ ସ୍ପିନର ଅନିଲ କୁମ୍ବଲେ ଏହି ଦୌଡରେ ସବୁଠୁ ଆଗରେ ଥିବା କୁହାଯାଉଛି । ସେ ୨୦୧୬ରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିଲେ । ହେଲେ ଅଧିନାୟକ ବିରାଟ କୋହଲିଙ୍କ ସହ ମତଭେଦ କାରଣରୁ ୨୦୧୭ରେ ସେ ପଦରୁ ଇସ୍ତଫା ଦେଇଥିଲେ । କୁମ୍ବଲେ  ଖେଳକୁ ନେଇ ଖେଳାଳିଙ୍କ ସହ କଠୋର ଆଭିମୁଖ୍ୟ ଆପଣେଉଥିଲେ । ତାଙ୍କ କୋଚିଂରେ ଭାରତୀୟ ଦଳର ପ୍ରଦର୍ଶନ ବହୁତ ଭଲ ରହିଥିଲା । କୁମ୍ବଲେ ବିସିସିଆଇର ପ୍ରଥମ ପସନ୍ଦ ଥିବା କୁହାଯାଉଛି ।

ଭିଭିଏସ ଲକ୍ଷ୍ମଣ

ଅନ୍ତର୍ଜାତୀୟ ସ୍ତରରେ ୨୨୦ ମ୍ୟାଚ୍ ଖେଳିଥିବା ପୂର୍ବତନ ଭାରତୀୟ ଦିଗଜ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ ମଧ୍ୟ ଏହି ପଦର ଜଣେ ପ୍ରବଳ ଦାବିଦାର ଅଛନ୍ତି । ସେ କେବେ କୋଚିଂ ଦେଇ ନାହାନ୍ତି ହେଲେ ନିଜର ଏକାଡେମୀ ପରିଚାଳନା କରୁଛନ୍ତି । ସେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳର ପରାମର୍ଶଦାତା ଅଛନ୍ତି ।

ବିକ୍ରମ ରାଠୋର

ବିକ୍ରମ ରାଠୋର ଦଳର ବ୍ୟାଟିଂ କୋଚ୍ ଅଛନ୍ତି । ହେଲେ ୨୦୧୯ରେ ସେ ପଦ ସମ୍ଭାଳିବା ସମୟରେ ବହୁତ ପ୍ରଶ୍ନ ଉଠିଥିଲା । କାରଣ ତାଙ୍କ ପାଖରେ ଅନ୍ତର୍ଜାତୀୟ ମ୍ୟାଚର ଅନୁଭବ କମ ଥିଲା । ହେଲେ ସେ ନିଜର ଦାୟିତ୍ୱ ବେଶ୍ ଭଲ ଭାବେ ତୁଲାଉଛନ୍ତି । ସେ ମଧ୍ୟ ମୁଖ୍ୟ କୋଚ୍ ପଦ ଦୌଡରେ ରହିଛନ୍ତି ।

ମୋହେଲା ଜୟବର୍ଦ୍ଧନେ

ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମୋହେଲା ଜୟବର୍ଦ୍ଧନେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦ ଦୌଡରେ ଅଛନ୍ତି । ଯଦି କୌଣସି ବିଦେଶୀ ଖେଳାଳିଙ୍କୁ କୋଚ୍ ଦାୟିତ୍ୱ ଦିଆଯାଏ ତେବେ ଜୟବର୍ଦ୍ଧନେ ହିଁ ଏହି ପଦ ପାଇଁ ସବୁଠୁ ବଡ ଦାବିଦାର । ସଂପ୍ରତି ସେ ମୁମ୍ବାଇ ଇଣ୍ଡିଆନ୍ସର କୋଚ୍ ଅଛନ୍ତି । ତାଙ୍କ କୋଚିଂରେ ମୁମ୍ବାଇ ଇଣ୍ଡିଆନ୍ସ ତିନି ଥର ଟାଇଟଲ୍ ହାସଲ କରି ସାରିଛି ।

ମାଇକ ହେସନ

ନ୍ୟୁଜିଲାଣ୍ଡର ଏହି ପୂର୍ବତନ ଦିଗଜ ଖେଳାଳି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କୋଚ୍ ଅଛନ୍ତି । ତାଙ୍କ ଚୋଚିଂରେ ନ୍ୟୁଜିଲାଣ୍ଡ ଦଳ ଦମଦାର ପ୍ରଦର୍ଶନ କରିଛି । ୪୬ ବର୍ଷୀୟ ହେସନ ପଞ୍ଜାବ ଫ୍ରାଞ୍ଚାଇଜିର ହେଡ୍ କୋଚ୍ ରହି ସାରିଛନ୍ତି । ସେ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ଦୌଡରେ ଅଛନ୍ତି ।

 

Get real time updates directly on you device, subscribe now.