fbpx

କୋଟିଆରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରକାଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ତରଫରୁ ପ୍ରତିନିଧି ଭାବନେବେ ବୋଲି କୋରାପୁଟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରୁ ପ୍ରସ୍ତୁତ ବୋଲି ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଆନ୍ଧ୍ର ପକ୍ଷରୁ କରାଯାଇଥିବା ନିର୍ବାଚନ ସହିତ ଓଡ଼ିଶାର କୌଣସି ସମ୍ପର୍କ ନାହିଁ ବୋଲି ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ନିର୍ବାଚନକୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.