fbpx

ବାଇକକୁ ଧକ୍କା ଦେଇ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ୧୩ ଆହତ

ଆଠଗଡ଼,୨୯ା୧୧(ଓଡ଼ିଶା ଭାସ୍କର): ଆଠଗଡ଼ର କନ୍ତୋଲଠାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ଯାତ୍ରାପାର୍ଟି ଟ୍ରକ୍ ଓଲଟି ପଡ଼ିଛି । ସେହି ଟ୍ରକଟି ସାବିତ୍ରୀ ଗଣନାଟ୍ୟର ବୋଲି ଜଣାପଡ଼ିଛି । ଭାରସାମ୍ୟ ହରାଇ ଏକ ବାଇକକୁ ଧକ୍କା ଦେଇଥିଲା ଟ୍ରକ୍ । ଯାହାଫଳରେ ସେଥିରେ ଥିବା ୧୩ଜଣ ଆହତ ହୋଇଛନ୍ତି । ୧୩ଜଣ ଆହତଙ୍କ ମଧ୍ୟରୁ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.