fbpx

ଘୋଷଣା ହେଲା ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ; ଓଡ଼ିଶାର ୬ଟି ସ୍ଥାନରେ ହେବ ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଡମିଟ କାର୍ଡ ଶନିବାରରୁ ଅନଲାଇନରେ ଉପଲବ୍ଧ ହୋଇଛି । ଜେଇଇ ମେନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ଆଡଭାନ୍ସଡ ପରୀକ୍ଷା ଦେବା ଲାଗି ସୁଯୋଗ ଦିଆଯାଇଥିବା ବେଳେ ବିଭିନ୍ନ ଆଇଆଇଟିରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ । ୬ଶହରୁ ଅଧିକ କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଅକ୍ଟୋବର ୧୦ ତାରିଖ ସୁଦ୍ଧା ଉତ୍ତର ସାରଣୀ ଓ ଦୁଇ ସପ୍ତାହ ମଧ୍ୟରେ ଫଳ ପ୍ରକାଶ ପାଇବ ବୋଲି ବିଭାଗ ଦର୍ଶାଇଛି । ଓଡ଼ିଶାର ବ୍ରହ୍ମପୁର, ଭୁବନେଶ୍ୱର, ବାଲେଶ୍ୱର, କଟକ, ରାଉରକେଲା, ସମ୍ବଲପୁରରେ ଜେଇଇ ଆଡଭାନ୍ସ ପାଇଁ ପରୀକ୍ଷା ହେବ ।

Get real time updates directly on you device, subscribe now.