fbpx

୧ ଅକ୍ଟୋବରୁ ଏହି ୩ଟି ବ୍ୟାଙ୍କର ଚେକବୁକ୍ ଅଚଳ ହୋଇଯିବ, ଶୀଘ୍ର ଏହି ନମ୍ବରରେ କଲ୍ କରନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର । ଆଉ ଦୁଇଦିନ ପରେ ୩ଟି ବ୍ୟାଙ୍କର ପୁରୁଣା ଚେକବୁକ୍ କାମ କରିବ ନାହିଁ । ଗତ ୨୦୨୦ ଏପ୍ରିଲ ୧ରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଦ୍ୱୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ବିଲୟ ହୋଇଯାଇଥିବାରୁ ଏନେଇ ପିନବି ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଚେକବୁକ ପିଏନବିର ଅପଡେଟେଡ୍ ଆଇଏଫଏସସି କୋଡ୍ ଓ ଏମଆଇସିଆର ସହିତ ଆସିବ ।

ସୂଚନା ମୁତାବକ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ(ଓବିସି), ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ଓ ଆହ୍ଲାବାଦ ବ୍ୟାଙ୍କର ପୁରୁଣା ଚେକବୁକ ଆସନ୍ତା ଅକ୍ଟୋବର ୧ ତାରିଖ ପରେ ଅଚଳ ହୋଇଯିବ । ତେଣୁ ଯେଉଁ ଗ୍ରାହକଙ୍କ ପାଖରେ ପୁରୁଣା ଚେକବୁକ ରହିଛି, ସେମାନେ ତୁରନ୍ତ ରେପ୍ଲେସ କରିନିଅନ୍ତୁ । ଗ୍ରାହକମାନେ ନୂଆ ଚେକବୁକ ବ୍ରାଞ୍ଚରେ, ଅନଲାଇନରେ ଆବେଦନ କରିପାରିବେ । ଏଥିସହ ଅଧିକ ଜାଣିବା ପାଇଁ ଗ୍ରାହକ ମାନେ ଟୋଲ ଫ୍ରି ନମ୍ବର ୧୮୦୦୧୮୦୨୨୨୨ ନମ୍ବରରେ ଫୋନ କରିପାରିବେ ।

Get real time updates directly on you device, subscribe now.