fbpx

ଯେମିତି ଟ୍ରେନିଂ ସେମିତି କାମ, ଲକ୍ଷେ ମନା କରିବା ପରେ ବି ରକ୍ତପାତ କରୁଛନ୍ତି ତାଲିବାନୀ

କାବୁଲ: ତାଲିବାନୀ ମାନେ ଆଫଗାନିସ୍ତାନରେ ସରକାରର ମାନ୍ୟତା ପାଇବା ପାଇଁ ଓ ନିଜର ଛବି ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛି । ହେଲେ ସବୁ ଚେଷ୍ଟା ଓ ଉଦ୍ୟମରେ ଫେଲ୍ ମାରିଯାଉଛି । ତେବେ ଏଥିରେ ଆଉ କାହାର ନୁହେଁ ବରଂ ଖୋଦ୍ ତାଲିବାନୀ ମାନଙ୍କର ହିଁ ହାତ ରହିଛି । କାରଣ ଆଫଗାନିସ୍ତାନ ଉପରେ କବଜା କରିବା ପରେ ଲଗାତର ଭାବରେ ତାଲିବାନୀ ମାସେ ସାଧାରଣ ନାଗରକିଙ୍କ ଉପରେ ଜୁଲମ୍ କରିଚାଲିଛନ୍ତି । ଶାସକ ମାନେ ଯେତେ ପ୍ରୟାସ କଲେ ବି ତାଲିବାନୀ ସେନା ମାନେ ରକ୍ତସଂଘର୍ଷ ଜାରି ରଖିଛନ୍ତି ।

ତାଲିବାନୀ ସେନା ମାନେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛନ୍ତି । ସେମାନେ ଆମେରିକା ସରକାରଙ୍କ ସମର୍ଥକ ଓ ଅନ୍ୟ ବିରୋଧୀ ମାନଙ୍କୁ ଖୋଜି ଖୋଜି ମାରୁଛନ୍ତି । ତେବେ ଆଫଗାନିସ୍ତାନରୁ ଟୋଲୋ ନ୍ୟୁଜ୍ ର ସାମ୍ବାଦିକ ଅବଦୁଲ ହକ୍ ଉମରୀ ନିଜର ଦେଶ ଛାଡ଼ିବାର ଦିନକୁ ଚାହିଁ ରହିଛନ୍ତି । ସୂଚନାଯୋଗ୍ୟ, ଅଗଷ୍ଟ ୧୫ ପରଠାରୁ ସେ ଗୋଟିଏ ଦିନ ବି ନିଜ ଘରେ ରହିନାହାନ୍ତି । କାବୁଲ ଉପରେ କବଜା କରିବା ପରେ ତାଲିବାନୀ ରାଜନିତିଜ୍ଞ ମାନେ ଶତ୍ରୁ ମାନଙ୍କୁ ଘର ଘର ବୁଲି ଖୋଜୁଛନ୍ତି । ଏହା ମଧ୍ୟରେ ଅନେକ ସାଧାରଣ ନାଗରିକ, ସେନା ଅଧିକାରୀଙ୍କୁ ମାରି ସାରିଲେଣି । ସେମାନଙ୍କୁ ଧରି ନେଇ ନାନା ପ୍ରକାରର ଅତ୍ୟାଚାର ଦିଆଯାଉଛି ।

ହେଲେ ଅନ୍ୟପଟେ ତାଲିବାନୀର ଶୀର୍ଷ ନେତୃତ୍ୱ, କାବୁଲ ଉପରେ କବଜା କରିବାର ମାତ୍ର କିଛି ଦିନ ପରେ ହିଁ କ୍ଷମା ମାଗିଥିଲେ । କିନ୍ତୁ ସେମାନଙ୍କ ର ସୈନିକ ମାନଙ୍କର କାର୍ଯ୍ୟକଳାପ ଏବେ ଚିନ୍ତାର କାରଣ ପାଲିଟିଛି । ଯାହାଫଳରେ କେହି ବି ସେମାନଙ୍କ କଥା ଉପରେ ଭରସା କରିପାରୁନାହାନ୍ତି । ସେନା ମାନଙ୍କର ରକ୍ତପାତ ଯୋଗୁଁ ତାଲିବାନି ସରକାର, ରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବ୍ ଙ୍କୁ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.