fbpx

ପଞ୍ଚାୟତ ସଂଶୋଧନ ଆଇନ କାର୍ଯ୍ୟକାରୀ ପାଇଁ ବାହାରିଲା ବିଜ୍ଞପ୍ତି, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ବଡ଼ ଖବର । ପଞ୍ଚାୟତ ସଂଶୋଧନ ଆଇନ କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା । ଅନୁସୂଚିତ ଜାତି/ଜନଜାତି, ପଛୁଆ ବର୍ଗଙ୍କ ପାଇଁ ନିୟମ ମୁତାବକ ସଂରକ୍ଷଣର ବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କୁହାଯାଇଛି । ନିଜ ନିଜ ଜିଲ୍ଲାର ଜନସଂଖ୍ୟା ଓ ପଞ୍ଚାୟତ ପରିସୀମାକୁ ଆଧାର କରି ଏସମ୍ପର୍କିତ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ୱାଡ ମେମ୍ବର, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଯାଏଁ ଏହାକୁ ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଜାତି/ଜନଜାତି, ଓବିସି ଏବଂ ମହିଳା ସଂରକ୍ଷଣ ଏଭଳି ୪ ଭାଗରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ସୂଚାର ରୂପେ ପରିଚାଳନା କରିବାକୁ କୁହାଯାଇଛି । ତେବେ ବିଧାନସଭାରେ ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ଆଇନ ପାରିତ ହୋଇଛି ।ଏହି ଆଇନ ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ଏବଂ ମଛୁଆ ବର୍ଗଙ୍କ ପାଇଁ ମୋଟ ସଂରକ୍ଷଣ ୫୦% ଭିତରେ ରହିବ । ପଛୁଆ ବର୍ଗଙ୍କ ପାଇଁ ୨୭% ଭିତର ସଂରକ୍ଷଣ ବ୍ୟବସ୍ଥା ରହିବ । ଆଇନ ମୁତାବକ ବ୍ୟବସ୍ଥା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.