fbpx

ମୁସଲିମ ମହିଳା ଆଙ୍କିଲେ ଶ୍ରୀକୃଷ୍ଣଙ୍କ ୫୦୦ରୁ ଅଧିକ ଚିତ୍ର, କହିଲେ କେବେବି ଯାଇ ନଥିଲେ ମନ୍ଦିର

କେରଳର ଜଣେ ମୁସଲମାନ ମହିଳା ଆଙ୍କିଛନ୍ତି ଭଗବାନ କୃଷ୍ଣଙ୍କ ୫୦୦ ରୁ ଅଧିକ ଚିତ୍ର । କେବଳ ସେତିକି ନୁହେଁ ସେ କେବେ ମନ୍ଦିର ଯାଇନଥିବା ବୋଲି ମଧ୍ୟ କହିଛନ୍ତି । କୋଜିକୋଡେ ଜିଲ୍ଲାର କୋୟାଲାଣ୍ଡି ସହରରେ ରହୁଥିବା ଜସାନା ସଲିମ ନିଜ ହାତରେ ଆଙ୍କିଛନ୍ତି ଏହି ଚିତ୍ର । ଜସାନା ଗତ ୬ ବର୍ଷ ମଧ୍ୟରେ ଆଙ୍କିଛନ୍ତି ଏହି ପେଣ୍ଟିଙ୍ଗ୍ସଗୁଡ଼ିକୁ । ଗତ ସପ୍ତାହରେ, ଜସାନା ସଲିମ ପଠାନମଥୀ ଜିଲ୍ଲାର ଉଲାୟନ୍ଦ ସହରରେ ଥିବା ଶ୍ରୀକୃଷ୍ଣ ମନ୍ଦିରରେ ନିଜର ଫଟୋ ଦେଖାଇବାର ସୁଯୋଗ ପାଇଥିଲେ । ଏହା ପ୍ରଥମ ଥର ଥିଲା ଯେ ଜସାନା ସଲିମ ମନ୍ଦିର ଭିତରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଦେଖିଥିଲେ ।

ଏହାକୁ ନେଇ ସେ କହିଥିଲେ ଯେ ସେ ଦୀର୍ଘ ଛଅ ବର୍ଷ ଧରି କୃଷ୍ଣଙ୍କ ଚିତ୍ର ଆଙ୍କୁଛନ୍ତି । ଏହାପୂର୍ବରୁ ସେ କେବେବି କୌଣସି ଚିତ୍ର ଆଙ୍କିନଥିଲେ ଏମିତିକି ପରୀକ୍ଷାରେ ଭାରତର ମାନଚିତ୍ର ମଧ୍ୟ ଆଙ୍କିନଥିଲେ । କିନ୍ତୁ କୃଷ୍ଣଙ୍କ ଚିତ୍ର ତାଙ୍କ ମନରେ ଅନେକ ବର୍ଷରୁ ରହିଥିଲା । ସେ କହିଛନ୍ତି ଯେ ସେ ଏହି ଚିତ୍ରଗୁଡ଼ିକୁ ଶ୍ରୀକୃଷ୍ଣ ମନ୍ଦିରରେ ଭକ୍ତମାନଙ୍କୁ ଦେଇଛନ୍ତି । କିଛି ଭକ୍ତ ତାଙ୍କୁ ଏହି ଚିତ୍ର ବିକ୍ରୟ ଆରମ୍ଭ କରିବାକୁ କହିଥିଲେ ।

ସମ୍ପର୍କୀୟ ତଥା ସମୁଦାୟ ସଦସ୍ୟଙ୍କ ଆପତ୍ତି ପରେ ବି ଜସନା ସଲିମ ଭଗବାନ କୃଷ୍ଣଙ୍କ ୫୦୦ ରୁ ଅଧିକ ଚିତ୍ର ଆଙ୍କିଛନ୍ତି । ଯାହାକୁ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସଂଖ୍ୟକ ଲୋକ କିଣୁଛନ୍ତି । ପଠାନମଥୀ ଜିଲ୍ଲାର ପାଣ୍ଡଲମ ନିକଟରେ ଅବସ୍ଥିତ ଉଲାନାଡୁ ଶ୍ରୀକୃଷ୍ଣ ସ୍ୱାମୀ ମନ୍ଦିର କୃଷ୍ଣଙ୍କ ବାଳକରୂପର ଚିତ୍ର ଆଙ୍କିବା ପାଇଁ ଜସନାଙ୍କୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.