fbpx

ଜୁଏଲାରୀ ଉପରେ ଜିଏସ୍‌ଟି ଚଢାଉ, ଡକୁମେଂଟ ଯାଞ୍ଚ ବେଳେ ତୃଟି ବାହାରିଲେ କାର୍ଯ୍ୟଷ୍ଠାନ

ନିଆଳୀ (ଭାସ୍କର ନ୍ୟୁଜ୍‌): ଜୁଏଲାରୀ ଉପରେ ଜିଏସ୍‌ଟି ଚଢାଉ । ନିଆଳୀ ବଜାରରେ ଥିବା ବାଲୁଙ୍କେଶ୍ୱର ଜୁଏଲାରୀ ଉପରେ ଜିଏସ୍‌ ଟି ଚଢାଉ କରାଯାଇଛି । ସିଟି ଜିଏସ୍‌ ଟି ଏନଫୋର୍ସମେଂଟ ପକ୍ଷରୁ ଏହି ଚଢାଉ କରାଯାଇଛି । ଦୋକାନ ସହିତ ବାଲୁଙ୍କେଶ୍ୱର ଜୁୂଏଲାର୍ସର ମାଲିକ ଅରକ୍ଷିତ ସାହୁଙ୍କ ବାସଭବନରେ ମଧ୍ୟ ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ରେଗୁଲାର ଆକ୍ଟିଭିଟିଜ୍‌ରେ ହାଇଅର ଅଥରିଟିଙ୍କ ନିର୍ଦ୍ଦେଶରେ ଷ୍ଟକ ଭେରିଫିକେସନ କରାଯାଇଛି । ଡକୁମେଂଟ ଭେରିଫିକେସନରେ ଜିଏସ୍‌ଟି ରେ ତୃଟି ବାହାରିଲେ ସରକାରୀ ନିୟମ ଅନୁସାରେ ଜିଏସ୍‌ଟି ଆଦାୟ କରାଯିବ ବୋଲି ବିରଂଚି ମହାନନ୍ଦିଆ, ସିଟି ଜିଏସ୍‌ ଟି ଏନଫୋର୍ସମେଂଟ ଅଧିକାରୀ କହିଛନ୍ତି । ପ୍ରକୃତ ପକ୍ଷେ ଯଦି ନିରପେକ୍ଷ ତଦନ୍ତ କରାଯାଏ ତେବେ ଏହି ତଦନ୍ତରେ ଅନେକ ଗୁଡ ରହସ୍ୟ ଉନ୍ମୋଚିତ ହେବ ବୋଲି ଆଶାକରାଯାଉଛି । ଏହି ଚଢଉ ପାଇଁ ଭୟରେ ଅନ୍ୟ ସୁନା ଦୋକାନୀ ଓ ଅନ୍ୟ କେତେକ ଦୋକାନୀ ଆଜି ଦୋକାନ ବନ୍ଦ ରଖିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.