fbpx

ସାବଧାନ ମଦୁଆ; ବ୍ରହ୍ମପୁରରେ ବୁଲୁଛି ମଦୁଆ ଧରା ଗାଡ଼ି

ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁରରେ ଚଳିତ ବର୍ଷ ଦଶହରାକୁ ଶୃଙ୍ଖଳିତ କରିବା ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି ବ୍ରହ୍ମପୁର ପୋଲିସ୍ । ସହରର ବିଭିନ୍ନ ସ୍ଥାନରେ ମଦ ପିଇ ଅପ୍ରୀତିକର ପରିସ୍ଥିତି ଘଟାଉଥିବା ବ୍ୟକ୍ତିଙ୍କୁ ସାବାଡ଼ କରିବା ଲାଗି ମଦୁଆ ଧରା ଅଭିଯାନ ଆରମ୍ଭ କରିଛି ପୋଲିସ । ଏଥି ସହ ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିବା ସହ ପୁଣି ଥରେ ଅପରାଧୀ ସଫେଇ ଅଭିଜାନ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ସହରର ସମସ୍ତ ଥାନା ଅଧିକାରୀମାନଙ୍କୁ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ ।

ବ୍ରହ୍ମପୁର ଏସ ପି ଙ୍କ ନେତୃତ୍ଵରେ ସହରର ସମସ୍ତ ଥାନା ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ସହରର ଗଳି କନ୍ଦିରେ ମଦ ପିଇ ମାତାଲ ହେଉଥିବା ମଦୁଆଙ୍କୁ କାବୁ କରୁଛନ୍ତି ପୋଲିସର ସ୍ପେସାଲ ସ୍କାର୍ଡ । ଏପରିକି ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ମଧ୍ୟ ଚଢ଼ଉ କରାଯିବା ସହ ପେଷାଦାର ଅପରାଧୀଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଗତ ଦୁଇ ଦିନ ମଧ୍ୟରେ ୫୦ ରୁ ଉର୍ଦ୍ଧ୍ୱ ମଦୁଆଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏକାଧିକ ଅପରାଧୀଙ୍କୁ ଗିରଫ କରି ଜେଲକୁ ପଠାଇଛି । ଦଶହରାକୁ ଶୃଙ୍ଖଳିତ କରିବା ଲାଗି ସହରରେ କେଉଁଠି ବି ଅପରାଧୀଙ୍କ ଗତିବିଧି ନଜର ଆସିଲେ ପୋଲିସକୁ ସୂଚନା ଦେବା ଲାଗି ଅପିଲ କରିଛନ୍ତି ବ୍ରହ୍ମପୁର ଏସପି।

ଦଶହରା ଠାରୁ ଦୀପାବଳି ସମୟରେ ଅପରାଧୀ ମାନେ ବେସ୍ ସକ୍ରିୟ ହେବା ନଜରକୁ ଆସୁଥିବା ବେଳେ ପୋଲିସର ଏଭଳି ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Get real time updates directly on you device, subscribe now.