fbpx

ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ଛିଣ୍ଡିପଡିଲା ଫ୍ୟାନ୍, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ କୁଞ୍ଜବିହାରୀ କଲେଜରେ ଗୁରୁବାର ପରୀକ୍ଷା ଚାଲିଥିବାବେଳେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ହଠାତ ଫ୍ୟାନ୍ ଛିଡିବାରୁ ଛାତ୍ର ଜଣଙ୍କ ଆହତ ହୋଇଥିବା ଜଣାପଡିଛି । ଆହତ ହେବାରୁ ସେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରକ୍ତସ୍ରାବ ହୋଇଥିଲା। ଛାତ୍ରା ଜଣଙ୍କୁ ତୁରନ୍ତ ଜଣେ ଅଧ୍ୟାପକ ବାରଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ଉକ୍ତ ଛାତ୍ର ଜଣକ ଚନ୍ଦ୍ରକାନ୍ତ ମୁଣ୍ଡ ବୋଲି ଜଣାପଡିଛି।

ଖବରରୁ ପ୍ରକାଶ ଗୁରୁବାର ମଧ୍ୟାହ୍ନରେ ବାରଙ୍ଗ କୁଞ୍ଜବିହାରୀ କଲେଜର ଛାତ୍ର ଷଣ୍ଢପୁର ଗ୍ରାମର ଚନ୍ଦ୍ରକାନ୍ତ ବେହେରା ଯୁକ୍ତ୨ କଳା ପରୀକ୍ଷା ଦେଉଥିବା ବେଳେ ଆକସ୍ମିକ ଭାବରେ କ୍ଲାସ୍‌ ରୁମରେ ଲାଗିଥିବା ଫ୍ୟାନ୍‌ଟି ହଠାତ ତାଙ୍କ ଉପରେ ଛିଡି ପଡିଥିଲା । ଫଳରେ ଛାତ୍ର ଚନ୍ଦ୍ରକାନ୍ତଙ୍କ ମୁଣ୍ଡ ଏବଂ ହାତରେ ଆଘାତ ଲାଗି ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । କଲେଜ ଅଧ୍ୟାପକ ଓ ଛାତ୍ରାଛାତ୍ରୀ ଆହତ ଛାତ୍ର ଜଣଙ୍କୁ ସ୍ଥାନୀୟ ବାରଙ୍ଗ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ପରେ କଲେଜ କତ୍ତୃପକ୍ଷ ତାଙ୍କ ପରିବାରକୁ ଡାକି ତାଙ୍କ ସହ ଘରକୁ ପଠାଇଥିଲେ ।

Get real time updates directly on you device, subscribe now.