fbpx

ପଦ ଛାଡ଼ିଲେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, କହିଲେ କାରଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟମ ତାଙ୍କ ପଦ ଛାଡ଼ିଛନ୍ତି । ଶୁକ୍ରବାର ଏନେଇ ସେ ସୂଚନା ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ଏନେଇ ନେଇଛନ୍ତି ନିଷ୍ପତ୍ତି । ତେବେ ସେ ପୁଣିଥରେ ଶିକ୍ଷା ଜଗତକୁ ଫେରିବାକୁ ଚାହୁଥିବା କହିଛନ୍ତି ।

ଡିସେମ୍ବର ୨୦୧୮ରେ ସରକାର ଆଇଏସବି ହାଇଦ୍ରାବାଦର ପ୍ରଫେସର ସୁବ୍ରମଣ୍ୟମଙ୍କୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ । ସୁବ୍ରମଣ୍ୟମ ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମର୍ଥନ ଏବଂ ପ୍ରେରଣାଦାୟକ ନେତୃତ୍ୱ ପାଇଁ ଧନ୍ୟବାଦ ଜଣାଇଛନ୍ତି। ୩ ବର୍ଷର କାର୍ଯ୍ୟକାଳ ଶେଷ ହେବା ସହ ସେ ପୁଣିଥରେ ଶିକ୍ଷା ଜଗତକୁ ଯିବାକୁ ଚାହୁଥିବାରୁ ସେ ପଦ ଛାଡିବା ନେଇ କହିଛନ୍ତି ।

Get real time updates directly on you device, subscribe now.