fbpx

ଏଲନ ମସ୍କ, ଜେଫ୍ ବେଜୋସ ଓ ଚୀନ ପାଇଁ ବିଶ୍ୱରେ ବଢିବ ପ୍ରଦୂଷଣ; ଚେତେଇଲେ ବୈଜ୍ଞାନିକ

ନୂଆଦିଲ୍ଳୀ: ପୃଥିବୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢି ଚାଲିଥିବା ବେଳେ ଆଗାମୀ ଦିନରେ ଏକ ନୂତନ ସଙ୍କଟ ଏହାର ଅପେକ୍ଷାରେ ରହିଛି । ଏହି ନୂତନ ପ୍ରଦୂଷଣ ଅନୁଯାୟୀ ଦିନରେ ସୂର୍ଯ୍ୟ କିରଣର ପ୍ରଭାବ କମିଯିବ ଏବଂ ରାତିରେ ଚନ୍ଦ୍ରର ଆଲୋକ ମଧ୍ୟ କମିଯିବ । ଏହି ସଙ୍କଟ ପାଇଁ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ଦାୟୀ ରହିବେ । ବୈଜ୍ଞାନିକଙ୍କ ମୁତାବକ ଏହି ସଙ୍କଟ ପାଇଁ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଜେଫ୍ ବେଜୋସ, ଏଲନ ମସ୍କ ଏବଂ ଚୀନ ପରି ରାଷ୍ଟ୍ର ଦାୟୀ ରହିବେ । ଆସନ୍ତୁ ଜାଣିବା କେମିତି ହେବ ଏହି ପ୍ରଦୂଷଣ ଯେଉଁଥିପାଇଁ ଏହି ମହାନ ହସ୍ତୀ ମାନେ ଦାୟୀ ରହିବେ । ପୃଥିବୀର ଚତୁଃପାଶ୍ୱର୍ରେ ବଢୁଥିବା ଉପଗ୍ରହ ସଂଖ୍ୟା କାରଣରୁ ଏହି ସଙ୍କଟ ଦେଖାଦେବ । କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଭୌତିକ ବିଜ୍ଞାନୀ ୧୯ ଡିସେମ୍ବର ୨୦୧୯ରେ ଏ ସମ୍ପର୍କରେ ଚେତାବନୀ ମଧ୍ୟ ଦେଇଥିଲେ । ସାଇନ୍ସ ମାଗାଜିନରେ ପ୍ରକାଶିତ ହୋଇଥିବା ବେଳେ ମସ୍କଙ୍କୁ ଏକ କନଫରେନ୍ସ କଲ ମାଧ୍ୟମରେ ବର୍ଦ୍ଧିତ ସାଟେଲାଇଟର କୁପ୍ରଭାବ ସମ୍ପର୍କରେ ମଧ୍ୟ ଚେତାଇ ଦେଇଥିଲେ । ତେବେ ମସ୍କ ଏହାକୁ ଅଣଦେଖା କରିବା ସହିତ ଏକାସାଥୀରେ ୬୦ଟି ଷ୍ଟାରଲିଙ୍କ ସାଯେଲାଇଟ ଉତକ୍ଷେପଣ କରିଥିଲେ ।
ସମଗ୍ର ଦୁନିଆରେ ଇଣ୍ଟରନେଟ ସେବା ପ୍ରଦାନ କରିବା ପାଇଁ ମସ୍କ ଏହି ସାଟେଲାଇଟ ଲଞ୍ଚ କରୁଥିବା ବେଳେ ଜେଫ ବେଜୋସ ବି ପଛରେ ନାହାନ୍ତି । ଅନ୍ତରୀକ୍ଷରେ ସମୁଦାୟ ୪୧୯୧୪ସାଟେଲାଇଟ ଉତକ୍ଷେପଣ ଲକ୍ଷ୍ୟରେ ଥିବା ମସ୍କଙ୍କ ନିକଟରେ ବର୍ତ୍ତମାନ ୧୨ ହଜାର ସାଟେଲାଇଟ ଲଞ୍ଚ କରିବାର ଅନୁମତି ହାସଲ କରି ସାରିଛି । ସେହିପରି ବେଜୋସଙ୍କ ପ୍ରୋଜେକ୍ଟ କୁପିଅର ଜରିଆରେ ୩୨୩୬ଟି ସାଟେଲାଇଟ ଲଞ୍ଚ କରାଯିବାର ଲକ୍ଷ୍ୟ ରହିଛି । ଅନ୍ୟତମ ଶିଳ୍ପପତି ତଥା ଭର୍ଜିନ ଗାଲାକ୍ଟିକ ମାଲିକ ରିଚାର୍ଡ ବ୍ରେନସନଙ୍କ କମ୍ପାନୀ ୱାନୱେବ ପକ୍ଷରୁ ୬୩୨୭ଟି ସାଟେଲାଇଟ ଲଞ୍ଚ କରାଯିବ । ଚାଇନା ଷ୍ଟାର ନେଟୱର୍କ ମାଧ୍ୟମରେ ଚୀନ ମଧ୍ୟ ୧୨୯୯୨ଟି ସାଟେଲାଇଟ୍ ମହକାଶକୁ ପ୍ରେରଣ କରିବ । ଏହି ସମସ୍ତ ସାଟେଲାଇଟ୍ ଗୁଡିକ ଇଣ୍ଟରନେଟ କନେକ୍ସନ ପାଇଁ ଉପଯୋଗ କରାଯିବ ।
ଏହାର କ୍ଷତି: ଏହା ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହା କିଭଳି କ୍ଷତି କରିବ? ଆକାଶକୁ ଅନାଇଲେ ଖାଲି ଆଖିରେ ଆମେ ଅନ୍ୟୁନ ୩ ହଜାର ତାରା ଦେଖିଥାଉ । ତେବେ ଲକ୍ଷାଧିକ ସାଟେଲାଇଟର ଉପସ୍ଥିତିରେ ଏହା ଦେଖିବା ସମ୍ଭବପର ନୁହେଁ । ପୃଥିବୀର ନିମ୍ନତମ ସ୍ତରରେ ରହିଥିôବା ଏହି ସାଟେଲାଇଟ ଓ ତାରା ମଧ୍ୟରେ କୌଣସି ପ୍ରଭେଦ ଦୃଷ୍ଟି ଗୋଚର ହେବ ନାହିଁ । ସାଟେଲାଇଟର ପ୍ରଦୂଷଣ ପୃଥିବୀ ଉପରେ କମ କରିବା ପାଇଁ ଷ୍ଟାରଲିଙ୍କ ପକ୍ଷରୁ ଏହା ଉପରେ ଏକ ରଙ୍ଗର ଆସ୍ତରଣ ଦିଆଯାଇଥାଏ । ଲଞ୍ଚ ପରେ ଏହାକୁ କକ୍ଷପଥରେ ଏମିତି ସ୍ଥାପନ କରାଯାଏ ଯାହା ଫଳରେ ପୃଥିବୀ ଉପରେ ଏହାର ପ୍ରଭାବ ପଡିବ ନାହିଁ । ଏହାର ସୋଲାର ପ୍ୟାନେଲ ଗୁଡିକ ମଧ୍ୟ ସାର୍କ ମାଛ ପରି ରଖାଯାଏ, ଯାହାଦ୍ୱାରା ସୂର୍ଯ୍ୟ କିରଣ ଅଥବା ଟେଲିସ୍କୋପ ଉପରେ କୌଣସି ପ୍ରଭାବ ପଡିନଥାଏ । ସମସ୍ତ କମ୍ପାନୀ ଗୁଡିକ ପକ୍ଷରୁ ସାଟେଲାଇଟ ଲଞ୍ଚ କରାଯିବା ପରେ ହାଇସ୍ପିଡ ଇଣ୍ଟରନେଟ ତ ମିଳିଯିବ କିନ୍ତୁ ପରିସ୍କାର ଦିନ ଓ ରାତି ମିଳିବା ଅସମ୍ଭବ ହୋଇ ପଡିବ । ପୃଥିବୀ କକ୍ଷପଥରେ ଘୁରୁଥିବା ଏହି ସାଟେଲାଇଟ ଗୁଡିକ ପରସ୍ପର ସହିତ ଧକ୍କା ହେବାର ସମ୍ଭାବନା ମଧ୍ୟ ବଢିଥାଏ । ଏଲନ ମସ୍କଙ୍କ ଷ୍ଟାରଲିଙ୍କ କାରଣରୁ ଏହି ସଂଖ୍ୟା ଅଧିକ ବଢିବାର ସମ୍ଭାବନା ରହିଥିବା ନେଇ ସାଉଥହାମ୍ପଟନ ବିଶ୍ୱ ବିଦ୍ୟାଳୟର ରିସର୍ଚ୍ଚ ମୁଖ୍ୟ ହୁ ଲୁଇସ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.