fbpx

ସ୍ୱଚ୍ଛ ସୁକିନ୍ଦା, ସୁସ୍ଥ ସୁକିନ୍ଦା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱଚ୍ଛ ଭାରତ ଅଭିଯାନ କ୍ଷ ବିଜୁ ଯୁବ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ମାନ୍ୟବର ସୁକିନ୍ଦା ବିଧାୟକ ଇଂଜିନିୟର ପ୍ରୀତିରଞ୍ଜନ ଘଡ଼ାଇଙ୍କ ଜନ୍ମଦିନ ଉପଲକ୍ଷେ ସ୍ୱଚ୍ଛ ସୁକିନ୍ଦା ସୁସ୍ଥ ସୁକିନ୍ଦା ସାମଜିକ କାର୍ୟ୍ୟକ୍ରମ ଦେଖିବାକୁ ମିଳିଛି କ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିବା ଅକ୍ଟୋବର ୨ ରୁ ନଭେମ୍ବର ୨ ଯାଏ ପଦଯାତ୍ରା ହଉଥିଲା କିନ୍ତୁ ମହାମାରୀ କରୋନା ର କଟକଣା ଯୋଗୁ କାର୍ୟ୍ୟ ପରିଵର୍ତନ ହୋଇ ସାମାଜିକ ସେବା କାର୍ୟ୍ୟକ୍ରମ ହୋଇଛି, ତାହାକୁ ସୁକିନ୍ଦା ବିଜୁ ଯୁବ ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ତରଫରୁ ୨୫ ଗୋଟି ପଞ୍ଚାୟତର ଲାଇଫଲାଇନ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ ସଫେଇ କାର୍ୟ୍ୟ ସମ୍ପାଦନ କରିଛନ୍ତି କ୍ଷ
ଏହି କାର୍ୟ୍ୟକ୍ରମରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଯୁବ ସଭାପତି ସୁକିନ୍ଦା ବ୍ଲକ ସୁଜିତ ରାଉତ, ସୁକିନ୍ଦା ପଞ୍ଚାୟତ ସଭାପତି ବିଳାସ ବୋହୁରା, ସୁକିନ୍ଦା ପଞ୍ଚାୟତ ଯୁବ ସଭାପତି ଅମିତ ଦଶ,ମହିଳା ସଭାପତି ସ୍ନେହଲତା ମହାଳିକ, ଯାଜପୁର ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜିତ କୁମାର ବୋହୁରା,ସାଧାରଣ ସମ୍ପାଦକ ସୁକିନ୍ଦା ବ୍ଲକ ଜୟନ୍ତ ରାଉତ, ବିବେକା ବୋଷ, ସନ୍ତୋଷ ରଣା, ରାଜକିଶୋର ଜେନା, ଶ୍ୟାମଲେନ୍ଦୁ ବୋହୁରା, ବିଶ୍ୱଜିତ ବୋହୁରା, ମିଲୁ ପାଇକ, ନୀତେଶ ଜେନା, ଦେବାଶିଷ ବେହୁରା, ବିରଞ୍ଚି ଧୀର, ପହଲି ଷଣ୍ଢ, ପ୍ରମିଳା ମୁଖି,ବବିତା, କମଳା ଓ ସୁକିନ୍ଦା ବିଜୁ ଜନତା ଦଳର କାର୍ୟ୍ୟକ୍ରତା ମାନେ ଏହି ସଫେଇ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ କ୍ଷ

Get real time updates directly on you device, subscribe now.