fbpx

ଦିଲ୍ଲୀ ବିଜୁଳି ସଙ୍କଟ; ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଥର୍ମାଲ ପ୍ଲାଣ୍ଟରେ କୋଇଲାର ଅଭାବ ଏବଂ କୋଇଲା ଉପସ୍ଥିତ ଷ୍ଟକ ବିଷୟରେ ସୂଚନା ଦେଇଛନ୍ତି । ଏହା ସହ ଏହି ପରିସ୍ଥିତିରେ ଗ୍ୟାସ ଆଧାରିତ ପାୱାର ପ୍ଲାଣ୍ଟ ଉପରେ ନିର୍ଭର ବଢ଼ିଥିବା ନେଇ କହିଛନ୍ତି କିନ୍ତୁ ପର୍ଯ୍ୟାପ୍ତ ପରିମାଣରେ ଗ୍ୟାସ ନଥିବାରୁ ପାୱାର ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତାରେ ଚାଲିପାରୁନଥିବା କହିଛନ୍ତି କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଧାନମନ୍ତୀଙ୍କୁ ଚିଠି ଲେଖି ମାମଲାରେ ତିନିଟି ଦାବି ରଖିଛନ୍ତି । ପାୱାର ପ୍ଲାଣ୍ଟକୁ କୋଇଲା ଯଥାଶୀଘ୍ର ଯୋଗାଇଦିଆଯାଉ । ଦିଲ୍ଲୀରେ ଗ୍ୟାସ ଆଧାରିତ ପାୱାର ପ୍ଲାଣ୍ଟକୁ ପର୍ଯ୍ୟାପ୍ତ ଗ୍ୟାସ ଦିଆଯାଉ । ବିଜୁଳି ଏକ୍ସଚେଞ୍ଜରେ ଲାଭ ଆଶା ନରଖି ପ୍ରତି ୟୁନିଟ ବିଜୁଳି ବିକିବାକୁ ସର୍ବାଧିକ ରାଶି ନିର୍ଦ୍ଦାରିତ କରାଯାଉ । ଯଦି ଏହାର ସମାଧାନ ନହୁଏ ତେବେ ଆଗାମୀ ଦୁଇ ଦିନରେ ସଂପୂର୍ଣ୍ଣ ଦିଲ୍ଲୀ ବ୍ଲାକ ଆଉଟ ହୋଇଯିବା ନେଇ ଜଣାଇଛନ୍ତି କେଜ୍ରିୱାଲ ।

ସେପଟେ କୋଇଲା ଅଭାବକୁ ନେଇ ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସବୁ ବିଜୁଳି କମ୍ପାନୀଙ୍କ ସହ ବୈଠକ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ବିଜୁଳି ଯୋଗାଉଥିବା ତିନି କମ୍ପାନୀଙ୍କ ସହ ବୈଠକ କରିଛନ୍ତି । ବୈଠକରେ ଦିଲ୍ଲୀରେ କୋଇଲାର ଅଭାବ ଯୋଗୁଁ ବିଜୁଳି ଉତ୍ପାଦନରେ ଉପୁଜିଥିବା ଅସୁବିଧା କେତେ ବଡ଼ ଏବଂ ଏହାକୁ କେମିତି ଏଡ଼ାଇ ହେବ ସେ ନେଇ ଆଲୋଚନା ହୋଇଥିଲା । ଏହା ସହ ସେ କହିଛନ୍ତି ଦେଶରେ ଯେତେବି ପାୱାର ପ୍ଲାଣ୍ଟ ରହିଛି ଯାହା କୋଇଲା ଦ୍ୱାରା ପରିଚାଳିତ ସେଠାରେ କିଛି ଦିନରୁ କୋଇଲା ଅଭାବ ଦେଖାଦେଇଛି । ଦିଲ୍ଲୀରେ ଯେଉଁ ପାୱାର ପ୍ଲାଣ୍ଟରୁ ଯୋଗଣ ହୁଏ ସେମାନଙ୍କୁ ଏକ ମାସର କୋଇଲା ଷ୍ଟକ ରଖିବାକୁ ପଡ଼ିଥାଏ । କିନ୍ତୁ ଏକ ତାହା କେବଳ ଗୋଟିଏ ଦିନର ରହିଛି । ମନ୍ତ୍ରୀ କହିଛନ୍ତି ଦିଲ୍ଲୀରେ ଥିବା ଡାଇଡ୍ରୋଇଲେକ୍ଟ୍ରିକ ପ୍ଲାଣ୍ଟ ରହିଛି ତାହାର କ୍ଷମତା ୪୫ ହଜାର ମେଗାୱାଟର ଖସି ୩୦ ହଜାର ମେଗାୱାଟ ହୋଇଛି । ତେଣୁ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.