ଲଖୀମପୁର ହିଂସାକାଣ୍ଡ; ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଲଖୀମପୁର ଖେରୀ ହିଂସା କାଣ୍ଡ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି । ଦୀର୍ଘ ୧୨ ଘଣ୍ଟାର ପଚରାଉଚୁରା କରିବା ପରେ ପୋଲିସ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି । ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମିଶ୍ରଙ୍କୁ ପଚରାଉଚୁରା କରିବା ସହିତ ଗିରଫ କରିଥିଲା । ପୂର୍ବରୁ କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ନିଲମ୍ବନ ଦାବି କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ବିଜେପି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇ ୪ ଜଣ ଚାଷୀଙ୍କ ହତ୍ୟା କରିଥିବା ନେଇ ଅଭିଯୋଗ ଆସିଥିଲା ।