fbpx

Cryptocurrency ବ୍ୟବହାରରେ ବିଶ୍ୱରେ ଭାରତ ଏକ ନମ୍ବର; ପଛରେ ରହିଲା ଆମେରିକା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ କ୍ରିପଟୋକରେନ୍ସି ପାଇଁ ନୂତନ ଆଇନ ଆଣିବାର ବ୍ୟବସ୍ଥା କରାଯାଉଥିବା ବେଳେ ସମଗ୍ର ବିଶ୍ୱରେ ଏହା ଟ୍ରେଣ୍ଡରେ ରହୁଛି । ତେବେ ଏହା ମଧ୍ୟରେ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । କ୍ରିପ୍ଟୋ କରେନ୍ସି ବ୍ୟବହାରରେ ଆମେରିକାକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛି ଭାରତ । ଏପରିକି ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ କ୍ରିପ୍ଟୋ କରେନ୍ସି ବ୍ୟବହାରକାରୀ ଭାରତରେ ରହିଥିବା ଜଣାପଡିଛି । ଭାରତରେ ସମୁଦାୟ ୧୦.୦୭ କୋଟି କ୍ରିପଟୋ ବ୍ୟବହାରକାରୀ ରହିଥିବା ବେଳେ ଏହା ବିଶ୍ୱର ଏକ ନମ୍ବର ସ୍ଥାନରେ ରହିଛିଉଲ୍ଲେଖଯୋଗ୍ୟ ବ୍ରୋକର ଚୁଜର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଏହି ତାଲିକାରେ ୨.୭୪ କୋଟି ଗ୍ରାହକଙ୍କ ସହିତ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୧.୭୪ ଗ୍ରାହକଙ୍କ ସହିତ ଋଷ ତୃତୀୟରେ ଏବଂ ୧.୩୦ କୋଟି ଗ୍ରାହକଙ୍କ ସହିତ ନାଇଜେରିଆ ୪ର୍ଥ ସ୍ଥାନରେ ରହିଛି । ବିଗତ ଏକ ବର୍ଷ ମଧ୍ୟରେ ଭାରତରେ କ୍ରିପ୍ଟୋକରେନ୍ସିକୁ ନେଇ ସଚେତନତା ମଧ୍ୟ ବଢିଛି । କ୍ରିପ୍ଟୋ ସଚେତନତାରେ ଭାରତର ରେଟିଂ ୪.୩୯ ରହିଥିବା ବେଳେ ଭାରତ ଟପ୍-୭ ମଧ୍ୟରେ ରହିଛି । ସଚେତନତାରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସିଙ୍ଗାପୁର, କାନାଡା, ଫ୍ରାନ୍ସ, ଜର୍ମାନୀ ଏବଂ ଜାପାନ ଭାରତ ଠାରୁ ଉପରେ ରହିଛନ୍ତି । କ୍ରିପଟୋ ସରଚେର୍ଜରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ୩୬ ଲକ୍ଷ ଗ୍ରାହକଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।

Get real time updates directly on you device, subscribe now.