fbpx

କେରଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୧୮ ମୃତ; ଅନେକ ନିଖୋଜ

ନୂଆଦିଲ୍ଲୀ: ଲଘୁଚାପ ପ୍ରଭାବରେ ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ବର୍ଷା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ କେରଳରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଭୁସ୍ଖଳନ ଦେଖିବାକୁ ମିଳିଛି । ଏହା ଯୋଗୁଁ କେରଳର କୋଟ୍ଟାୟମ୍ ଓ ଇଡ଼ୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖନଳ ହୋଇଥିବା ସୂଚନା ମିଳିଛି । ଏଥିରେ ୭ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟାଜନିତ ସ୍ଥିତି ଉନବେଗଜନକ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ।

ଶନିବାର ଦିନ ରାତିରେ କୋଟ୍ଟାୟମ୍, ପଥନମଥିଟ୍ଟା ଓ ଇଡ଼ୁକି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ଅଚାନକ ମନ୍ୟା ସ୍ଥିତି ଉପୁଜିଥିଲା । ପ୍ରବଳ ବର୍ଷା କାରଣରୁ ଭୟାବହ ପରିସ୍ଥିତି ଦେଖାଦେଇଥିବାରୁ ନିଖୋଜ ହୋଇଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସେନା ବାହିନୀଙ୍କ ସହାୟତା ଲୋଡ଼ିଥିଲେ । ତେବେ ଏହି କାରଣରୁ ଅନେକ ଲୋକ ବିସ୍ଥାପିତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କୋଟ୍ଟାୟମ୍, ପଥନମଥିଟ୍ଟା ଓ ଇଡ଼ୁକି ଜିଲ୍ଲାରେ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି ଯେପରି ୨୦୧୮ ଓ ୨୦୧୯ ମସିହାରେ ବିନାଶକାରୀ ବନ୍ୟା ସ୍ଥିତି ଉପୁଜିଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ କହିଛନ୍ତି ଯେ, ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ତେବେ ଆଜି ମଧ୍ୟ ସଂପୃକ୍ତ ଅଞ୍ଚଳ ମାନଙ୍କରେ ବର୍ଷା ଲାଗି ରହିବ, କିନ୍ତୁ ପୂର୍ବ ତୁଳନାରେ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.