fbpx

ଅବୈଧ ସମ୍ପର୍କର କୁପରିଣାମ: ଲୁଚାଇବାକୁ ଯାଇ ସାବତ ଝିଅକୁ ହତ୍ୟା କଲା ବାପା

ବିହାର ଅରବଲ ଜିଲ୍ଲାର ସଦର ଥାନା ଅଧୀନ ଜଲପୁରା ଗ୍ରାମରେ ଜଣେ ବାପା ତା’ର ସାବତ ଝିଅକୁ ଗୁଳିମାରି ହତ୍ୟା କରିଛି । ମୃତ ରାନୀ କୁମାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଗୁଳି ମାରି ଘଟଣା ସ୍ଥଳରୁ ଫେରାର ହେବା ସମୟରେ ଗ୍ରାମବାସୀମାନେ ଅଭିଯୁକ୍ତ ବାପାକୁ ଧରି ପୋଲିସରେ ଜିମା ଦେଇଛନ୍ତି । ତା ପାଖରୁ ଦେଶୀ ପିସ୍ତଲ ମଧ୍ୟ ଜବତ ହୋଇଛି । ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ଘଟଣା ଅନୁଯାୟୀ ଅଭିଯୁକ୍ତ ମତେଶ୍ୱର ରାମ ତନ୍ତ୍ର-ମନ୍ତ୍ର କରୁଥିଲା । ଏହାର ମଧ୍ୟରେ ବୈଦରାବାଦର ଜଣେ ମହିଳାଙ୍କ ସହ ତା’ର ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେ ତାଙ୍କୁ ଘରକୁ ନେଇଆସିଥିଲା । ସେହି ମହିଳାଙ୍କ ଝିଅ ଉପରେ ମଧ୍ୟ ମତେଶ୍ୱରର ଖରାପ ନଜର ପଡ଼ିଥିଲା ଏବଂ ସାବତ ଝିଅ ସହ ଅବୈଧ ସମ୍ବନ୍ଧ ସ୍ଥାପନ କରିଥିଲା । ସେ କୌଣସିମତେ ଝିଅ ସହ କୋର୍ଟରେ ବିବାହ ମଧ୍ୟ ରେଜିଷ୍ଟର କରିଥିଲା । କିନ୍ତୁ ମୃତକ ମତେଶ୍ୱର ରାମଙ୍କ ଠାରୁ ବିରକ୍ତ ହୋଇ ଘର ଛାଡ଼ି ପଳାଇଥିଲେ ସାବତ ଝିଅ ଏବଂ ଭଡ଼ା ଘର ନେଇ ରହୁଥିଲେ । ତେବେ ଅଭିଯୁକ୍ତ ବାପା ଝିଅକୁ ବାହାନା କରି ଡାକିବା ସହ ତା’ର କୌଣସି ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିବାନେଇ ଅଭିଯୋଗ କରିଥିଲା ଏବଂ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ପିସ୍ତଲରେ ଝିଅକୁ ଗୁଳିମାରି ହତ୍ୟା କରିଥିଲା ।

ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ନିକଟ ସମ୍ପର୍କୀୟଙ୍କ ବୟାନ ଅନୁଯାୟୀ ହତ୍ୟା ମାମଲା ରୁଜୁ କରିଛି ପୋଲିସ ।

Get real time updates directly on you device, subscribe now.