fbpx

IBPS PO ପାଇଁ ବିଜ୍ଞପ୍ତି : ଏପ୍ରିଲ ୨୦୨୨ ସୁଦ୍ଧା ୪୧୩୫ ନିଯୁକ୍ତି; ଏମିତି କରିବେ ଆବେଦନ

ନୂଆଦିଲ୍ଳୀ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ ପର୍ସୋନେଲ୍ ସିଲେକ୍ସନ(ଆଇବିପିଏସ୍) ପକ୍ଷରୁ ମଙ୍ଗଳବାର ଦିନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୯ ତାରିଖରେ ଆଇବିପିଏସ ପକ୍ଷରୁ ୪୧୩୫ ପ୍ରୋବେଶନ ଅଫିସର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ବ୍ୟାଙ୍କ ଗୁଡିକରେ ପିଓ ଏବଂ ମ୍ୟ।।ନେଜମେଣ୍ଟ ଟ୍ରେନି ଭାବରେ ଏହି ନିଯୁକ୍ତି ପ୍ରଦାନ କରାଯିବ । ଆଇବିପିଏସର ଅଫିସିଆଲ ୱେବସାଇଟ ibps.in ରେ ଏ ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ ହେବ ।
ଚୟନ ପ୍ରକ୍ରିୟା: ଆଶାୟୀ ପ୍ରାର୍ଥୀଙ୍କୁ ୩ଟି ପର୍ଯ୍ୟାୟର ପରୀକ୍ଷା ଦେବାକୁ ପଡିବ । ଅନଲାଇନ ପ୍ରିଲିମିନାରୀ, ଅନଲାଇନ୍ ମେନ୍ ପରୀକ୍ଷା ପରେ ନୋଡାଲ ବ୍ରାଞ୍ଚ ପକ୍ଷରୁ ଏକ ସାକ୍ଷାତକାର କରାଯିବ । ତିନୋଟି ଷ୍ଟେଜ ଉତ୍ତୀର୍ଣ୍ଣ ହେବା ପରେ ଆଇବିପିଏସ୍ ଅଧୀନସ୍ଥ ବ୍ୟାଙ୍କରେ ନିଯୁକ୍ତି ମିଳିବ । ପ୍ରାୟ ୪୧୩୫ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି ।
ଅକ୍ଟୋବର ୨୦ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ନଭେମ୍ବର ୧୦ ଆବେଦନର ଶେଷ ତାରିଖ ରହିଛି । ଆବେଦନ ଦେୟ ପୈଠ କରିବାର ଶେଷ ତାରିଖ ମଧ୍ୟ ସମାନ ରହିଛି । ସ୍ନାତକ ଡିଗ୍ରୀ ଧାରୀ ଛାତ୍ରଛାତ୍ରୀ ମାନେ ଏହି ଚାକିରି ପାଇଁ ଆବେଦନ କରି ପାରିବେ । ଛାତ୍ରଛାତ୍ରୀଙ୍କ ନିକଟରେ ଆବଶ୍ୟକୀୟ ସାର୍ଟିଫିକେଟ ରହିଥିବା ନିତାନ୍ତ ଆବଶ୍ୟକ । ଆବେଦନ ପାଇଁ ବୟସ ୨୦ରୁ ୩୦ ମଧ୍ୟରେ ରହିଥିବା ଆବଶ୍ୟକ । ଅର୍ଥାତ ଛାତ୍ରଛାତ୍ରୀ ୨.୧୦.୧୯୯୧ ପୂର୍ବରୁ କିମ୍ବା ୧.୧୦.୨୦୦୧ ପରେ ଜନ୍ମ ଗ୍ରହଣ କରିନଥିବେ ।
ଡିସେମ୍ବର ୪ ଓ ୧୧, ୨୦୨୧ରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଡିସେମ୍ବର ୨୦୨୧/ ଜାନୁୟାରୀ ୨୦୨୨ରେ ଏହାର ଫଳାଫଳ ପ୍ରକାଶ ପାଇବ । ଜାନୁୟାରୀ ୨୦୨୨ରେ ମେନ୍ ପରୀକ୍ଷା ହେବା ସହିତ ଜାନୁୟାରୀ ୨୦୨୨/ ଫେବୃୟାରୀ ୨୦୨୨ରେ ଏହାର ଫଳ ପ୍ରକାଶ ପାଇବ । ଇଣ୍ଟରଭ୍ୟୁ ଫେବୃୟାରୀ ଓ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବା ସହିତ ଏପ୍ରିଲ ୨୦୨୨ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିବ ।

Get real time updates directly on you device, subscribe now.