fbpx

ହତିଆର ଚୋରାଚାଲାଣ ଅଭିଯୋଗ; ଗିରଫ ହେଲେ ଜାତୀୟ କବାଡି ଖେଳାଳି

ନୂଆଦିଲ୍ଲୀ: ହତିଆର ଚୋରାଚାଲାଣ ଅଭିଯୋଗରେ ଜଣେ ଜାତୀୟ ସ୍ତରର କବାଡି ଖେଳାଳିକୁ ଗିରଫ କରିଛି ପୋଲିସ । ଏହି ଜାତୀୟ ସ୍ତରର ଖେଳାଳିଙ୍କ ସମେତ ୪ ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ । ହରିୟାଣା ସ୍ଥିତ ଶିବପୁରୀରୁ ପୋଲିସ ଏହି ୪ ଜଣଙ୍କୁ ଗିରଫ କରିଛି ।ଏହି ଖେଳାଳି ଜଣଙ୍କ ନାମ ରିଙ୍କୁ ଜାଟ । ରିଙ୍କୁ ପ୍ରଫେସନାଲ କବାଡିରେ ଜଣେ ଜାତୀୟ ସ୍ତରର ଖେଳାଳି । ହତିଆର ବିକ୍ରି ପାଇଁ ଯାଉଥିବା ବେଳେ ଶିବପୁରୀ ଠାରେ ପୋଲିସ ଏହି ୪ ଜଣଙ୍କୁ ଗିରଫ କରାଯାଇଥିଲା ।

ଭିଯୁକ୍ତଙ୍କ ଠାରୁ ୫ଟି ଲୋଡେଡ ପିସ୍ତଲ ଜବତ କରାଯାଇଥିଲା । ଏହା ବ୍ୟତିତ ତିନୋଟି ମାଗଜିନ୍ ମଧ୍ୟ ଜବତ କରାଯାଇଥିଲା । ଏହି ମାମଲାରେ ଗିରଫ ଅନ୍ୟ ୩ ଅଭିଯୁକ୍ତ ହେଉଛନ୍ତି ରାମପାଲ ଜାଟ, ଅମିର ଖାନ୍ ଓ ମହେନ୍ଦ୍ର ରାୱତ । କମ ପରିଶ୍ରମରେ ଅର୍ଥ ଉପାର୍ଜନ ଲୋଭ ହତିଆର ବ୍ୟବସାୟ ଆଡକୁ ଟାଣି ଆଣିଥିଲା ବୋଲି କହିଛି ରିଙ୍କୁ ।

Get real time updates directly on you device, subscribe now.