fbpx

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦାମ୍; ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦର

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲର ଦାମ୍ । ଦିଲ୍ଲୀରେ ପେଟ୍ରୋଲ୍ ୧୦୮ ଟଙ୍କା ୨୯ ପଇସା ହୋଇଥିବା ବେଳେ ଡିଜେଲ ୯୭ ଟଙ୍କା ୨ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ୍ ୧୧୪ ଟଙ୍କା ୧୪ ପଇସା ଓ ଡିଜେଲ୍ ୧୦୫ ଟଙ୍କା ୧୨ ପଇସା ହୋଇଯାଇଛି । କୋଲକାତାରେ ପେଟ୍ରୋଲ୍ ଦର ୧୦୮ ଟଙ୍କା ୭୮ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୧୦୦ ଟଙ୍କା ୧୪ ପଇସାରେ ପହଞ୍ଚିଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ୍ ଦର ୧୦୫ ଟଙ୍କା ୧୩ ପଇସା ହୋଇଥିବା ବେଳେ ଡିଜେଲ ଦର ରହିଛି ୧୦୧ ଟଙ୍କା ୨୫ ପଇସା ।

ତେବେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ରହିଛି ୧୦୯ ଟଙ୍କା ୨୫ ପଇସା ଓ ଡିଜେଲର ଦର ରହିଛି ୧୦୫ ଟଙ୍କା ୮୫ ପଇସା । ପ୍ରାୟତଃ ଦେଶର ପ୍ରମୁଖ ସହର ମାନଙ୍କରେ ତୈଳ ଦର ଏପରି ବଢ଼ିଚାଲିଛି । ଯେଉଁଥିରେ ରୋକ୍ ଲାଗିବାର ନାଁ ଧରୁନାହିଁ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ପାର୍ କରିଛି । ମୁମ୍ବାଇରେ ପେଟ୍ରୋଲ୍ ଦର ସର୍ବାଧିକ ରହିଛି ।

Get real time updates directly on you device, subscribe now.