fbpx

ପୁନିତଙ୍କୁ ଶ୍ରଦ୍ଧାଞ୍ଜଳୀ ଅବସରରେ ୩୧ ତାରିଖ ଯାଏଁ ବନ୍ଦ ରହିବ ମଦ ଦୋକାନ

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ୍ ଅଭିନେତା ପୁନିତ ରାଜକୁମାରଙ୍କ ଆକସ୍ମିକ ନିଧନ ପରେ ଦକ୍ଷିଣ ଭାରତ ସମେତ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ଶାନ୍ତି ଓ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରଖିବାକୁ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ୍ ପ୍ରଶାସନ ଅନୁସାରେ, ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ବାର୍ ରେଷ୍ଟୁରାଣ୍ଟ, ଅଟୋମୋବାଇଲ୍ ସମେତ ସମସ୍ତ ବଦ ଦୋକାନକୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଦିନ ୪୬ ବର୍ଷିୟ ପୁନିତ୍ ରାଜକୁମାର ଜିମରେ ଦୁଇ ଘଣ୍ଟା କସରତ କରିବା ପରେ ତାଙ୍କର ହୃଦଘାତ ହୋଇଥିବା ଓ ଯାହାପରେ ତାଙ୍କର ନିଧନ ହୋଇଥିଲା ।

ରାଜକୁମାରଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ଅନେକ ସଂଖ୍ୟାରେ ଲୋକ ସଦାଶିବନଗର ସ୍ଥିତ ଘର ବାହାରେ ଏବଂ କାନ୍ତିରବା ଷ୍ଟାଡିୟମ୍ ରେ ରୁଣ୍ଡ ହୋଇଛନ୍ତି । ରାଜକୁମାରଙ୍କ ପାର୍ଥିବ ଶରୀରକୁ ଲୋକମାନେ ଦର୍ଶନ କରିବା ପାଇଁ ଷ୍ଟାଡିୟମ୍ ରେ ରଖାଯାଇଛି । ତେଣୁ ଏହି ସମୟରେ କିଛି ଲୋକ ମଦ ପିଇ ସହରର ଶାନ୍ତି ଶୃଙ୍ଖଳା ବିଗାଡ଼ିବାର ଆଶଙ୍କା ରହିଛି । ତେଣୁ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଓ ସହରର ସବୁ ମଦ ଦୋକାନକୁ ବନ୍ଦ କରିଦିଆଯାଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଶୁକ୍ରବାର କହିଛନ୍ତି ଯେ, ରାଜକୀୟ ସମ୍ମାନ ସହିତ ରବିବାର ଦିନ କାନ୍ତରିୱା ରେ ପୁନିଥ୍ ରାଜକୁମାରଙ୍କ ଅନ୍ତିମ ସଂସ୍କାର କରାଯିବ । ତେବେ ଯାହା ସୂଚନା ରହିଛି, ଅନ୍ତିମ ସଂସ୍କାର ପାଇଁ ତାଙ୍କ ଝିଅଙ୍କର ଅପେକ୍ଷା କରାଯାଇଛି । ଯିଏକି ଏବେ ଆମେରିକାରେ ରହିଛନ୍ତି । ସେ ଭାରତରେ ପହଞ୍ଚିବା ପରେ ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ । ଏହି ପରିପ୍ରେକ୍ଷୀରେ ବେଙ୍ଗାଲୁରୁ ପୋଲିସ୍ ସହରରେ ମଦ ଦୋକାନ ସବୁକୁ ୨ ରାତି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.