fbpx

ଅଷ୍ଟ୍ରେଲିୟାରେ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ମଞ୍ଜୁରୀ, ବିନା ରୋକଠୋକରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍ କୁ ଅଷ୍ଟ୍ରେଲିୟାରେ ଗ୍ରୀନ ସିଗନାଲ୍ ମିଳିଛି । ଅଷ୍ଟ୍ରେଲିୟା କୋଭାକ୍ସିନ୍ ଟିକାକୁ ନିଜ ଦେଶରେ ମଞ୍ଜୁରୀ ପ୍ରଦାନ କରିଛି । ଏବେ ଠାରୁ କୋଭାକ୍ସିନ୍ ନେଇଥିବା ବ୍ୟକ୍ତି ଅଷ୍ଟ୍ରେଲିୟାକୁ ଯାତ୍ରା କରିପାରିବେ । ଏଥିରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ । ଏନେଇ ଭାରତରେ ଅଷ୍ଟ୍ରେଲିୟାର ଉଚ୍ଚାୟୁକ୍ତ ବୈରୀ ଓ’ ଫେରେଲ୍ ସୋମବାର ଦିନ ସୂଚନା ଦେଇଛନ୍ତି । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିନାହିଁ । କିନ୍ତୁ କମ୍ପାନୀ ପକ୍ଷରୁ ଏମର୍ଜେନ୍ସି ୟୁଜ୍ ଲିଷ୍ଟିଂ ପାଇଁ ଏପ୍ରିଲ୍ ରେ ଆବେଦନ କରାଯାଇଥିଲା ।

Get real time updates directly on you device, subscribe now.