fbpx

ଅନିଲ ଦେଶମୁଖ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ ହୋଇଛନ୍ତି । ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ୧୨ ଘଣ୍ଟାର ମାରାଥନ୍ ଜେରା ପରେ ବିଳମ୍ବିତ ରାତିରେ ତାଙ୍କୁ ଇଡି ଗିରଫ କରିଛି । ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇଥିଲେ । ଆଉ ଏବେ ଖୋଦ୍ ଏହି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି ଦେଶମୁଖ । ବହିସ୍କୃତ ପୋଲିସ୍ ଅଧିକାରୀ ସଚିବ ୱାଜେଙ୍କ ସହ ଦେଶମୁଖଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଛି । ଦେଶମୁଖଙ୍କ ପାଇଁ ୱାଜେ ୪.୭ କୋଟି ଉତ୍କୋଚ ନେବାର ଅଭିଯୋଗ ରହିଛି ।

Get real time updates directly on you device, subscribe now.