fbpx

ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ହୁ’ ର ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନ ଟିକାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଅନିଶ୍ଚିତତାରେ ଅନ୍ତ ଘଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୋଭାକ୍ସିନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ‘ହୁ’ ପକ୍ଷରୁ କୁହାଯାଇଛି ଯେ କରୋନାର ମୁକାବିଲା ଲାଗି ଏହି ଟିକା ୭୭.୮ ଭାଗ ପ୍ରଭାବୀ ହୋଇଥିବାରୁ ଅନ୍ୟ ଦେଶରେ ଏହାର ଜରୁରୀ ବ୍ୟବହାର କରାଯାଇପାରିବ। ‘ହୁ’ର ଏହି ନିଷ୍ପତ୍ତି ବିଦେଶ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆଶ୍ୱସ୍ତ କରିଛି ।

ତେବେ ସ୍ୱୀକୃତି ମିଳିବ ପରେ ଏବେ ଆଉ କୋଭାକ୍ସିନ ନେଇ ବିଦେଶ ଯାତ୍ରା କରୁଥିଲେ ସେଠାରେ କ୍ୱାରାଣ୍ଟାଇନରେ ରହିବାକୁ ପଡିବ ନାହିଁ। କାରଣ ଏହା ପୂର୍ବରୁ ବିଶେଷ କରି ଆମେରିକା, ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ ଭଳି ଦେଶ‌କୁ ବ୍ୟବସାୟ କିମ୍ବା ପାଠ ପଢ଼ିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀ ତଥା ଅନ୍ୟ ମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ‘ହୁ’ର ଜରୁରୀ ବ୍ୟବହାର ତାଲିକାରେ ସ୍ଥାନ ପାଇଥିବାରୁ ‌କୋଭାକ୍ସିନର ଅନ୍ୟ ଦେଶକୁ ଯୋଗାଣ ସହ‌ଜ ହୋଇପାରିବ ।

 

Get real time updates directly on you device, subscribe now.