ମୁମ୍ବାଇ: ବିବାଦରେ ବଲିଉଡ୍ ର୍ୟାପର୍ ବାଦଶାହ । ନିଜର ମ୍ୟୁଜିକ୍ ଭିଡିଓ ପାନି ପାନି ଶୀର୍ଷକ ଭିଡିଓରେ ପଶୁକଲ୍ୟାଣ ସମିତିଙ୍କ ବିନା ଅନୁମତିରେ ଓଟ ଏବଂ ଘୋଡ଼ା ବ୍ୟବହାର କରିଛନ୍ତି । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି । ଚଣ୍ଡିଗଡ଼ର ପଣ୍ଡିତରାଓ ଧନେଶ୍ୱର ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପଶୁକଲ୍ୟାଣ ସମିତି ପକ୍ଷରୁ ଗୀତ ପ୍ରଯୋଜକଙ୍କ ପାଖକୁ ନୋଟିସ୍ ପଠାଇଛନ୍ତି ।
ପଶୁକଲ୍ୟାଣ ସମିତି ପକ୍ଷରୁ ନୀରଜ ଭଟ୍ଟ, ଆଦିତ୍ୟ ଦେବ ଓ ହିତେନଙ୍କୁ ୭ ଦିନ ଭିତରେ ଲିଖିତ ଜବାବ ରଖିବାକୁ କୁହାଯାଇଛି । କେବଳ ପଶୁଙ୍କୁ ବ୍ୟବହାର କରିଥିବା ନୁହେଁ ବରଂ ଏହି ଗୀତରେ ମହିଳାଙ୍କୁ ଅସମ୍ମାନ କରିବା ପରି ଦ୍ୱିଅର୍ଥ ଶବ୍ଦର ବ୍ୟବହାର କରାଯାଇଛି । ତେବେ ଏହି ଗୀତର ଶୁଟିଂ ରାଜସ୍ଥାନର ହୋଇଥିବା ବେଳେ ଏନେଇ ଜୈସାଲମୀରର ଜିଲ୍ଲାପାଳ ଓ ରାଜସ୍ଥାନର ମୁଖ୍ୟ ସଚିବଙ୍କ ନିକଟରେ ବି ଅଭିଯୋଗ କରାଯାଇଛି ।