fbpx

କେଦାରନାଥରେ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଆଜି କେଦାରନାଥରେ ପହଞ୍ଚିଛନ୍ତି । ସେଠାରେ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପହଞ୍ଚିଛନ୍ତି । ବାବା କେଦାରନାଥଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ । ମନ୍ଦିର ପରିସରରେ ଏକ ଘଣ୍ଟା ପର୍ଯ୍ୟନ୍ତ ରହିବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ କେଦାରନାଥରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ଏହାସହିତ ଦେଶବାସୀଙ୍କୁ ଏହି ପରିପ୍ରେକ୍ଷୀରେ ସମ୍ବୋଧନ କରିବେ । ୧୩୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପର ଶୁଭାରମ୍ଭ କରିବେ ।

କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟ୍ ଲମ୍ବ ବିଶିଷ୍ଟ ଏବଂ ୩୫ ଟନ୍ ଓଜନର ଏକ ପ୍ରତିମା ତିଆରି କରାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୨୦୧୩ର ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳକୁ ଲୋକାର୍ପଣ ମଧ୍ୟ କରିବେ । କେଦାରନାଥ ଦର୍ଶନ କରିବା ପରେ ମୋଦୀ ସେଠାରେ ୪୦୦ କୋଟିରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର ଯୋଜନା ହୋଇଛି ।

Get real time updates directly on you device, subscribe now.