fbpx

୨୩ ବର୍ଷ ବୟସରେ ଜିତିଛନ୍ତି ୨ଟି ବିଶ୍ୱକପ୍ ଟାଇଟଲ୍, ଆଜି ସବୁଠାରୁ ସଫଳ କ୍ୟାପଟେନ୍

ନୂଆଦିଲ୍ଳୀ: ବିରାଟ କୋହଲୀ, କେବଳ ନାମ ହିଁ ଯଥେଷ୍ଟ । ଆଜି ନଭେମ୍ବର ୫ ତାରିଖ ହେଉଛି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲୀଙ୍କ ଜନ୍ମଦିନ । ସେ ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି । ହେଲେ ସେ ୨୩ ବର୍ଷ ବୟସରେ ହିଁ ୨ଟି ବିଶ୍ୱକପ୍ ଟାଇଟଲ୍ ନିଜ ନାମରେ କରିଛନ୍ତି । ସେ ଆଜି ଟିମ୍ ର ସବୁଠାରୁ ସଫଳ କ୍ୟାପଟେନ୍ । ବର୍ତ୍ତମାନ ଆଇସିସି ଟି୨୦ ବିଶ୍ୱକପ୍ ଚାଲିଥିବା ବେଳେ କ୍ୟାପଟେନ୍ ହିସାବରେ ତାଙ୍କ ପାଇଁ ଆଜି ଏକ ବଡ଼ ପରୀକ୍ଷା ରହିଛି । ଭାରତ ଆଜି ସ୍କଟଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ତେବେ ଟି୨୦ ବିଶ୍ୱକପ୍ ପରେ ବିରାଟ କ୍ୟାପଟେନସିପ୍ ଛାଡ଼ି ଦେବେ ବୋଲି ଘୋଷଣା କରିସାରିଛନ୍ତି ।

ବିରାଟ କୋହଲୀ ଅଗଷ୍ଟ ୧୮ ୨୦୦୮ ରେ ଇଣ୍ଟରନ୍ୟାସନାଲ୍ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ସେ ୨୦୦୮ ମସିହାରେ ଅଣ୍ଡର୍ -୧୯ ବିଶ୍ୱକପ୍ ଟାଇଟଲ୍ ଦେଇସାରିଥିଲେ । ଏହାପରେ ୨୦୧୧ରେ ଦିନିକିଆ ବିଶ୍ୱକପ୍ ରେ ମଧ୍ୟ ସେ ସାମିଲ ଥିଲେ । କ୍ୟାରିୟର୍ ପ୍ରଥମରୁ ହିଁ ୭ ବର୍ଷ ଭିତରେ ସେ ୱାନ୍ ଡେ ରେ ୨୩ଟି ଶତକ ଦେଇ ନିଜରକୁ ଏକ ଉତ୍ତମ ଖେଳାଳୀ ଭାବେ ପ୍ରମାଣ କରିସାରିଥିଲେ । ସେ ଆଜି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ରେ ୨୩ ହଜାର ରନ୍ ରୁ ଅଧିକ କରି ସାରିଛନ୍ତି ଓ ଦୁନିଆର ସର୍ବଶ୍ରେଷ୍ଠ ୭ ଜଣ ବ୍ୟାଟସମ୍ୟାନ୍ ଙ୍କ ମଧ୍ୟରେ ନିଜର ନାମ ପକ୍କା କରିସାରିଛନ୍ତି ।

ବିରାଟ କୋହଲୀଙ୍କ କ୍ୟାପଟେନସିପ୍ ରେ ଟିମ୍ ୬୫ରୁ ୩୮ଟି ଟେଷ୍ଟ ଜିତିଛି । ୧୬ଟି ହାରିଛନ୍ତି । ଅନ୍ୟ କେହି ଭାରତୀୟ କ୍ୟାପଟେନ୍ ୩୦ଟି ଟେଷ୍ଟ ଜିତିପାରିନାହାନ୍ତି । ଅର୍ଥାତ୍ ନିଜରକୁ ସେ ଜଣେ ସଫଳ କ୍ୟାପଟେନ୍ ଭାବରେ ପ୍ରମାଣ କରିସାରିଛନ୍ତି । ଅନ୍ୟପଟେ ଧୋନୀ ନିଜ କ୍ୟାପଟେନ୍ କ୍ୟାରିୟର୍ ରେ ୨୭ଟି ଟେଷ୍ଟ ଜିତିଛନ୍ତି । କୋହଲୀଙ୍କ ରେକର୍ଡ ଇଣ୍ଟରନ୍ୟାସନାଲ୍ ଲେବଲ୍ ରେ ଖୁବ୍ ଭଲ ରହିଛି ।

 

Get real time updates directly on you device, subscribe now.