fbpx

କେଦାରନାଥର ଫେରୁଛି ଗୌରବ, ଆଗାମୀ ଦଶନ୍ଧି ହେବ ଉତ୍ତରାଖଣ୍ଡ ନାମରେ : ପ୍ରଧାନମନ୍ତ୍ରୀ ମୋଦୀ

କେଦାରନାଥ : ବାବା କେଦାରନାଥ ମାଟିରୁ ଅଯୋଧ୍ୟା, ମଥୁରା, କାଶୀ ଓ ସାରନାଥର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ସନ୍ଦେଶ ଦେଇଛନ୍ତି । ଶୁକ୍ରବାର ବାବା କେଦାରଙ୍କ ଦର୍ଶନ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତୀମାର ଲୋକାର୍ପଣ କରିଛନ୍ତି ମୋଦୀ । ଏହା ପରେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଉତ୍ତରାଖଣ୍ଡର ବିକାଶର ଉଲ୍ଲେଖ କରିଛନ୍ତି । ଅଯୋଧ୍ୟା, ମଥୁରା, କାଶୀ ଓ ସାରନାଥରେ ଚାଲିଥିବା ଉନ୍ନତିମୂଳକ କାମ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ବିରାସତର ପୂର୍ବ ଗୌରବ ଫେରୁଛି ।

ସେ ଅଯୋଧ୍ୟାରେ ଦୀପୋତ୍ସବ ଆୟୋଜନ ବିଷୟରେ କହିଛନ୍ତି, ଭଗବାନ ଶ୍ରୀରାମଙ୍କ ଜନ୍ମଭୂମିର ପୁରୁଣା ଗୌରବ ଫେରୁଛି । ପ୍ରଧାନମନ୍ତ୍ରୀ ଗୋଟିଏ ପଟେ ସାଂସ୍କୃତିକ ଗୌରବ ଉଲ୍ଲେଖ କରି ହିନ୍ଦୁତ୍ୱକୁ ପରିପ୍ରକାଶ କରିଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡରେ ସରକାରଙ୍କ ପକ୍ଷରୁ ହୋଇଥିବା ବିକାଶମୂଳକ କାମ ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ କେଦାରନାଥ ଯାତ୍ରାରେ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିବା ସହ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତୀମାର ଲୋକାର୍ପଣ କରିଛନ୍ତି ।

 

ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିଜ ସରକାରର ଉପଲବ୍ଧି ବଖାଣିଛନ୍ତି । ଉତ୍ତରାଖଣ୍ଡର ଯୁବକଙ୍କୁ ଏବେ ପାହାଡର ପାଣି ଏବଂ ଜବାନି ଉଭୟ ଉତ୍ତରାଖଣ୍ଡର କାମରେ ଆସିବ ବୋଲି ମୋଦୀ କହିଛନ୍ତି । ଚାରିଧାମ ସଡକ ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲିଥିବା ସେ କହିଛନ୍ତି । ଭବିଷ୍ୟତରେ କେଦାରନାଥ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ କେମିତି କାର ଧରି ଆସି ପାରିବେ ଏହାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏଥିସହ ହେମକୁଣ୍ଡ ସାହିବର ଦର୍ଶନ ସହଜ କରିବା ପାଇଁ ରୋପ ୱେ ନିର୍ମାଣର ପ୍ରସ୍ତୁତି ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ମୋଦୀ କହିଛନ୍ତି, ପାହାଡର ପାଣି, ପାହାଡର ଜବାନି କେବେ ପାହାଡର କାମରେ ଆସିନଥାଏ । ହେଲେ ବର୍ତ୍ତମାନ ପାଣି ବି ପାହାଡର କାମରେ ଆସିବ ଏବଂ ଜବାନି ବି କାମରେ ଆସିବ । ଉତ୍ତରାଖଣ୍ଡରୁ ପଳାୟନ ରୋକିବାକୁ ପଡିବ । ଆଗାମୀ ଦଶନ୍ଧି ଉତ୍ତରାଖଣ୍ଡର ହେବ । କାରଣ ଏଠାରେ ପର୍ଯ୍ୟଟନକୁ ବହୁତ ପ୍ରୋତ୍ସାହନ ମିଳିବ । ଆଗାମୀ ୧୦ ବର୍ଷରେ ରାଜ୍ୟରେ ଗତ ୧୦୦ ବର୍ଷ ତୂଳନାରେ ଅଧିକ ପର୍ଯ୍ୟଟକ ଆସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Get real time updates directly on you device, subscribe now.