fbpx

ପୁନୀତଙ୍କ ମୃତ୍ୟୁକୁ ଭୁଲାଇପାରୁନାହାନ୍ତି ଫ୍ୟାନ: ଆଖିଦାନ ପାଇଁ କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: କନ୍ନଡ଼ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତକୁ ଏକ ସପ୍ତାହରୁ ଅଧିକ ସମୟ ହୋଇଥିଲେବି ଫ୍ୟାନମାନେ ଏହି ଦୁଃଖରୁ ନିଜକୁ ଭୁଲାଇପାରିନାହାନ୍ତି । କର୍ଣ୍ଣାଟକରେ ଏବେ ପୁନୀତଙ୍କ ଫ୍ୟାନ ପୁନୀତଙ୍କ ମୃତ୍ୟୁ ଦୁଃଖରେ ଆତ୍ମହତ୍ୟା କରୁଥିବା ମାମଲା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ୧୦ ମାମଲା ସାମ୍ନାକୁ ଆସିଛି । ଏତିକି ନୁହେଁ ସୁପରଷ୍ଟାରଙ୍କ ପଦଚିହ୍ନରେ ଚାଲିବା ପାଇଁ ଆଖି ଦାନ କରିବା ପାଇଁ ତିନି ଜଣ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୂଯାୟୀ, ରାଜ୍ୟରେ ଆସିଥିବା ୧୦ ମାମଲା ମଧ୍ୟରୁ ୭ ମାମଲା ଆତ୍ମହତ୍ୟା ରହିଛି । ତିନିଜଣକ ମୃତ୍ୟୁ ହାର୍ଟ ବିଟ୍ କମ୍ ହେବା ବୋଲି କୁହାଯାଇଛି । ଅନ୍ୟ ତିନି ଜଣ ଆଖି ଦାନ ପାଇଁ ଆତ୍ମହତ୍ୟା କରିଥିବା ବୋଲି କୁହାଯାଇଛି । ସେମାନେ ଅଭିନେତାଙ୍କ ମୃତ୍ୟୁକୁ ଭୁଲାଇପାରିନଥିଲେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଖି ଦାନ କରିବା ପାଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

Get real time updates directly on you device, subscribe now.