fbpx

ସ୍କଟଲ୍ୟାଣ୍ଡ ବିପକ୍ଷରେ ଜିତ୍ ପରେ ଖାସ୍ ହେଲା ବିରାଟଙ୍କ ଜନ୍ମଦିନ, ଏପରି ହେଲା ସେଲିବ୍ରେସନ୍; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୧ରେ ଭାରତ ଗ୍ରୁପ୍-୨ ମୁକାବିଲାରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଖୁବ୍ ଭଲ ପ୍ରଦର୍ଶନ କରି ଜିତ୍ ହାସଲ କରିଛନ୍ତି । ମ୍ୟାଚ୍ ରେ କେ ଏଲ୍ ରାହୁଲଙ୍କ ଧୁଆଁଧାର ବ୍ୟାଟିଂରେ ସ୍କଟଲ୍ୟାଣ୍ଡ ଏକଦମ୍ ଚିତ୍ ପଟାଙ୍ଗ ହୋଇଯାଇଥିଲା । ଅନ୍ୟପଟେ ରବୀନ୍ଦ୍ର ଜାଦେଜା ଓ ମହମ୍ମଦ୍ ସାମିଙ୍କ ବୋଲିଂରେ ସ୍କଟଲ୍ୟାଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଚାଇଲା । ଆଉ ଏହିପରି ଭାବରେ ଟିମ୍ ଇଣ୍ଡିଆ ୮୬ ରନ୍ ର ଟାର୍ଗେଟ୍ କୁ ମାତ୍ର ୬.୩ ଓଭର୍ ରେ ସମାପ୍ତ କରିଦେଇଥିଲା । ତେବେ ଏଥିସହିତ ସ୍କଟଲ୍ୟାଣ୍ଡ ଉପରେ ଜିତ୍ ସହିତ ଅଧିନାୟକ ବିରାଟ କୋହଲୀଙ୍କ ଜନ୍ମଦିନ ଆହୁରି ସ୍ପେଶାଲ୍ ହୋଇଯାଇଛି । ଟିମ୍-ଇଣ୍ଡିଆ ବିରାଟଙ୍କ ଜନ୍ମଦିନକୁ ପାଳନ କରିଛନ୍ତି । ମ୍ୟାଚ୍ ସରିବା ପରେ ଡ୍ରେସିଂ ରୁମ୍ ରେ ବିରାଟଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ବିସିସିଆଇ ନିଜର ଟୁଇଟର୍ ହ୍ୟାଣ୍ଡେଲରେ ଏହାର ଏକ ଭିଡିଓ ସେୟାର୍ କରିଛି ।

ସ୍କଟଲ୍ୟାଣ୍ଡକୁ ହରାଇବା ପରେ କ୍ୟାପଟେନ୍ କୋହଲୀଙ୍କ ଟିମ୍ ର ସବୁ ଖେଳାଳୀ ମିଶି ବର୍ଥ ଡେ କେକ୍ କାଟିଥିଲେ । କୋହଲୀଙ୍କ ଜନ୍ମଦିନ ସେଲିବ୍ରେସନ୍ ରେ ମେଣ୍ଟର୍ ମାହୀ(ମହେନ୍ଦ୍ର ସିଂ ଧୋନୀ) ମଧ୍ୟ ସାମିଲ ଥିଲେ । ସ୍କଟଲ୍ୟାଣ୍ଡ୍ ପିକ୍ଷରେ ଜିତ୍ ପରେ ସବୁ ଖେଳାଳୀଙ୍କ ମୁହଁରେ ଖୁସି ସଫା ସଫା ଦେଖିବାକୁ ମିଳୁଥିଲା । କେ ଏଲ୍ ରାହୁଲ୍ ମାତ୍ର ୧୮ ବଲ୍ ରେ ନିଜର ଅର୍ଦ୍ଧଶତକ ମାରିଥିଲେ । ସେହିପରି ରୋହିତ୍ ଶର୍ମା ୧୬ ବଲ୍ ରେ ୩୦ ରନ୍ ଖେଳିଥିଲେ । ଶେଷରେ ସୂର୍ଯ୍ୟକୁମାର ଯାଦବ ୬ ମାରି ଟିମ୍ କୁ ଜିତାଇଥିଲେ ।

Get real time updates directly on you device, subscribe now.