fbpx

କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଟ୍ରାଜେଡି; ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ

ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦନଗର ହସ୍ପିଟାଲରେ ନିଆଁଲାଗି ୧୦ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥବା ସୂଚନା ଅନୁସାରେ ହସ୍ପିଟାଲରେ ୨୫ ଜଣ ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଭାବେ ପୋଡ଼ିହୋଇଯାଇଛନ୍ତି ।

ଅହମ୍ମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋଁସଲେ ୧୦ କୋଭିଡ୍ ରୋଗୀଙ୍କ ମୃତ୍ୟୁ ସୁନିଶ୍ଚିତ କରିଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷର କ୍ଷତିପୂରଣ ଦେବାପାଇଁ ଘୋଷଣା କରିଛନ୍ତି । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.