fbpx

ଆଣ୍ଡ୍ରଏଡ୍ ଫୋନ ବିକିବା ପୂର୍ବରୁ କରିନିଅନ୍ତୁ ଏହି କାମ, ନହେଲେ ହୋଇପାରେ ଅସୁବିଧା

ଯଦି ଆପଣ ପୁରୁଣା ଫୋନ ବିକ୍ରି କରିବାକୁ ଯାଉଛନ୍ତି ତାହେଲେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ । ଯାହାଦ୍ୱାରା ଆପଣଙ୍କ ଫୋନ ଡାଟା ସୁରକ୍ଷିତ ବି ରହିବ ଏବଂ ଏହାର ଦୁରୂପଯୋଗ ମଧ୍ୟ ହୋଇପାରିବନାହିଁ । ତେବେ ଜାଣନିଅନ୍ତୁ ନିଜର ପୁରୁଣା ସ୍ମାର୍ଟଫୋନ ବିକିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ।

ବ୍ୟାକଅପ: ଫୋନକୁ କାହାକୁ ଦେବା ପୂର୍ବରୁ ଏଥିରେ ଥିବା ଡାଟାକୁ ବ୍ୟାକଅପ କରିନିଅନ୍ତୁ । ଫୋନରେ ଥିବା କଣ୍ଟାକ୍ଟ, ମେସେଜ, କଲ ରେକର୍ଡ ଏବଂ ଜରୁରୀ ଫାଇଲର ବ୍ୟାକଅପ କରିବାକୁ ଭୁଲନ୍ତୁ ନାହିଁ । ବ୍ୟାକଅପ ପାଇଁ ଆପଣ କୌଣସି ଡ୍ରାଇଭ କିମ୍ବା ଏକ୍ସଟରନାଲ ମେମୋରୀର ସାହାଯ୍ୟ ନେଇପାରିବେ ।

ଏହାପରେ ଫ୍ୟାକ୍ଟ୍ରି ରିସେଟ୍ କରିବା ପୂର୍ବରୁ ଗୁଗଲ ଆକାଉଣ୍ଟ ଏବଂ ଅନ୍ୟ ଅନଲାଇନ ଆକଉଣ୍ଟରୁ ଲଗଆଉଟ୍ କରିନିଅନ୍ତୁ । ଏହା ପରେ ଫୋନକୁ ଫ୍ୟାକ୍ଟ୍ରୀ ରିସେଟ କରନ୍ତୁ । ଶେଷରେ ମେମୋରୀ କାର୍ଡ ହଟାଇଦିଅନ୍ତୁ, ଏହା ପୂର୍ବରୁ ଚେକ୍ କରିନିଅନ୍ତୁ ସେଥିର ଥିବା ଡାଟା ସୁରକ୍ଷିତ ରହିଛି କି’ ନାହିଁ । ଏହା ପରେ ସିମ୍ କାର୍ଡ କାଢ଼ନ୍ତୁ । ଏହିଭଳି କିଛି କିଛି ଛୋଟ ଛୋଟ ଷ୍ଟେପ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଫୋନର ଡାଟାର କୌଣସି ବି ଦୁରୂପଯୋଗ ହୋଇପାରିବନାହିଁ ।

Get real time updates directly on you device, subscribe now.