fbpx

ଆମେରିକାରେ ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଦିଆଯିବ କୋଭାକ୍ସିନ? ଅନୁମତି ମାଗିଲା ଓକ୍ୟୁଜେନ

ନୂଆଦିଲ୍ଲୀ: ଆମେରିକାରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଲା ଓକ୍ୟୁଜେନ । ଆମେରିକା ଫାର୍ମା କମ୍ପାନୀ ଓକ୍ୟୁଜେନ୍ ଶୁକ୍ରବାର ଘୋଷଣା କରିଛି ଯେ ଏହା ୨ରୁ ୧୮ ବର୍ଷର ପିଲାଙ୍କୁ ପାଇଁ ଭାରତ ନିର୍ମିତ କୋଭିଡ-୧୯ ଭାକ୍ସିନ କୋଭାକ୍ସିନ ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ପ୍ରାଧୀକରଣ ଏଫଡିଏ ଠାରୁ ଅନୁମତି ମାଗିଛି ।

ଏହି ଭାକ୍ିସନ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି । ଖାଦ୍ୟ ଏବଂ ଔଷଧୀ ପ୍ରଶାସନ ବିଭାଗ ଏଫଡିଏ ଓକ୍ୟୁଜେନ ତରଫରୁ କୁହଯାଇଛି ଯେ ଆମେରିକା ବାହାରେ ପିଲାଙ୍କ ଏକ ଛୋଟ ସମୂହ ଉପରେ କ୍ଲିନକାଲ ଟ୍ରାଏଲରୁ ଏକତ୍ର କରାଯାଇଛି । ଏହି ଅନୁରୋଧକୁ ସ୍ୱୀକାର କରିବା ପାଇଁ ପର୍ଯ୍ୟାପ୍ତ ହୋଇନପାରେ ବୋଲି ମଧ୍ୟ କହିଛି ଓକ୍ୟୁଜେନ ।

Get real time updates directly on you device, subscribe now.