fbpx

ଓଏମଆର୍ ସିଟ୍ ରେ ଚଳିବନି ପେନସିଲ୍, ପେନରେ ଲେଖାଯାଇଥିବା ଉତ୍ତର ହିଁ ହେବ ଠିକ୍: ସିବିଏସଇ ପରୀକ୍ଷା ନିୟମ

ନୂଆଦିଲ୍ଳୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଟର୍ମ -୧ ପରୀକ୍ଷାରେ ଓଏମଆର୍ ସିଟ୍ ଉପରେ ପେନସିଲ୍ ରେ ଉତ୍ତର ଲେଖିବା ମହଙ୍ଗା ପଡ଼ିପାରେ । ବୋର୍ଡ ଓଏମଆର୍ ସିଟ୍ ଉପରେ ପେନସିଲ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଛି । ଛାତ୍ରଙ୍କ ଦ୍ୱାରା ପେନସିଲ୍ ବ୍ୟବହାର କୁ ନକଲ କପି ବୋଲି ଧରାଯିବ । ଏପରି କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଏମଆର୍ ସିଟରେ ପେନ୍ ରେ ଲେଖାଯାଇଥିବା ଉତ୍ତର କୁ ଠିକ୍ ବୋଲି ଧରାଯିବ । ସିଟ୍ ଉପରେ ନୀଳ ଓ କଳା ପେନ୍ ରେ ଉତ୍ତର ଲେଖିବାକୁ ହେବ । ବକ୍ସରେ ଲେଖାଯାଇଥିବା ଉତ୍ତରକୁ ହିଁ ଠିକ୍ ବୋଲି କୁହାଯିବ ।

ସୂଚନା ଅନୁସାରେ, ଓଏମଆର୍ ଟମ୍-୧ ପରୀକ୍ଷାକୁ ନେଇ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଓଏମଆର୍ ସିଟ୍ ରେ କିପରି ଲେଖ।।ଯିବା ଦରକାର ସେନେଇ ଦିଶା ନିର୍ଦ୍ଦେଶ ଜାରି କରାଯାଇଛି । ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡ. ସୟମ୍ ଭରଦ୍ୱାଜଙ୍କ ପକ୍ଷରୁ ଏହି ଦିଶା ନିର୍ଦ୍ଦେଶ ଜାରି କରାଯାଇଛି । କାରଣ ବୋର୍ଡ ୧୦ମ-୧୨ମ ପରୀକ୍ଷା ପାଇଁ ପ୍ରଥମ ଥର ପାଇଁ ଓଲମଆର୍ ସିଟ୍ ର ଉପଯୋଗ କରୁଛି । ତେଣୁ ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ପାଇଁ ଓଏମଆର୍ ସିଟ୍ ସମ୍ପର୍କରେ ଜଣାଇବା ଦରକାର ।

ଓଏମଆର୍ ସିଟ୍ ରେ ହାତରେ ପେନ୍ ରେ ଲେଖିବାକୁ ହେବ । ସେଠାରେ ଦିଆଯାଇଥିବା ବକ୍ସରେ ଉତ୍ତର ଦେବାକୁ ହେବ । କଳା କିମ୍ବା ନୀଳ ପେନ୍ ରେ ବ୍ୟବହାର କରିବେ । ତେବେ ଏହି ସିଟ୍ ରେ ଉତ୍ତର କ୍ରମାନୁସାରେ ଦେବାକୁ ହେବ । ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଛନ୍ତି ତେବେ ତାର ମୂଲ୍ୟାୟନ ହେବ ନାହିଁ । ଉତ୍ତର ଦେବାପାଇଁ କଳା-ଦୀଳ ପେନ୍ ରେ ଏ, ବି, ସି, ଡି ସମେତ ଆଉ ଏକ ଅତିରିକକ୍ତ ବକ୍ସ ରଖାଯାଇଛି । ତେବେ ଏହି ଅତିରିକ୍ତ ଗୋଲ୍ ଏଥିପାଇଁ ଦିଆଯାଇଛି ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ଉତ୍ତର ବଦଳାଇବାକୁ ଚାହୁଁଥିଲେ ସେହି ଗୋଲ୍ ରେ ଉତ୍ତର ଲେଖିପାରିବେ ।

Get real time updates directly on you device, subscribe now.